ଆପଣ ଜାଣନ୍ତି କାହିଁକି ଧନତେରସରେ ବାସନ କିଣିବା ହୋଇଥାଏ ଶୁଭ ?

116

ଦିବାଲୀର ଠିକ୍ ୨ ଦିନ ପୂର୍ବରୁ ଧନତେରସ ପାଳନ କରାଯାଏ । ଏହି ବର୍ଷ ଏହି ମଙ୍ଗଳବାର ୧୪ ଅକ୍ଟୋବରକୁ ପାଳନ କରାଯାଉଛି । ଧନତେରସ ଦିନ କିଣାକିଣି କରିବା ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ସୁନା–ରୂପା ହେଉ ବା

ଇଲେକଟ୍ରୋନିକ ଜିନିଷ ଅଥବା ବାସନକୁସନ । କିଏ ବି ହେଉ କିଛି ନା କିଛି କିଣିବା ଶୁଭ ଅଟେ । ଆପଣ କେବେ ଭାବିଛନ୍ତି ଏହା ପଛରେ କଣ କାରଣ ରହିଛି । ଆସନ୍ତୁ ଜାଣିବା –

୧ – କାର୍ତ୍ତିକ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥିର ଦିନ ଭଗବାନ ଧନ୍ୱନ୍ତରୀ ସାଗର ମନ୍ଥନରୁ ଉତ୍ପନ୍ନ ହୋଇଥିଲେ । ଏଥିପାଇଁ ଏହି ତିଥି ଧନତେରସ ନାମରେ ଜଣାଶୁଣା ।

୨ – ଭଗବାନ ଧନ୍ୱନ୍ତରୀଙ୍କର ଉତ୍ପନ୍ନର ଠିକ୍ ଦୁଇ ଦିନ ପରେ ଦେବୀ ଲକ୍ଷ୍ମୀ ସାଗର ମନ୍ଥନରୁ ପ୍ରକଟ ହୋଇଥିଲେ । ଏଥିପାଇଁ ଦୀପାବଳି ର ଠିକ୍ ଦୁଇ ଦିନ ପୂର୍ବରୁ ଧନତେରସ ଉତ୍ସବ ପାଳନ କରାଯାଏ ।

୩ – ଧନ୍ୱନ୍ତରୀ ଯେବେ ପ୍ରକଟ ହୋଇଥିଲେ ତ ତାଙ୍କ ହାତରେ ଅମୃତ ଭରା କଳସ ଥିଲା । ଏହି କାରଣରୁ ଧନତେରସ ଦିନ ବାସନ କିଣିବା ପରମ୍ପରା ରହିଛି । ଏହି ଦିନ ଷ୍ଟିଲ୍ ଓ ରୂପାର ବାସନ କିିଣିବା ଶୁଭ ବୋଲି ବିଶ୍ୱାସ କରାଯାଏ । ଏହି ହେତୁ ଏହି ଦିନ ଧନ ( ବସ୍ତୁ) କିଣିବା ଦ୍ୱାରା ଅନେକ ଲାଭ ହୋଇଥାଏ ।

୪ – ଧନତେରସ ଦିନ ରୂପା କିଣିବାର ପ୍ରଥା ରହିଛି । ଏହାର ପଛରେ ଏହା ବିଶ୍ୱାସ କରାଯାଏ ଯେ, ଏହା ଚନ୍ଦ୍ରମାର ପ୍ରତୀକ ଅଟେ । ଯାହା ଶୀତଳତା ପ୍ରଦାନ କରିଥାଏ । ଏବଂ ଏହା ଦ୍ୱାରା ମନରେ ସନ୍ତୋଷ ରୂପି ଧନ ବାସ କରିଥାଏ ।

୫ – ଶାସ୍ତ୍ର ଅନୁସାରେ ଭଗବାନ ଧନ୍ୱନ୍ତରୀ ଦେବତାମାନଙ୍କ ବୈଦ୍ୟ ଅଟନ୍ତି । ତାଙ୍କର ଭକ୍ତି ଓ ପୂଜାରେ ଆରୋଗ୍ୟ ସୁଖ ଅର୍ଥାତ୍ ସ୍ୱାସ୍ଥ୍ୟ ଲାଭ ଓ ଲମ୍ବା ଆୟୁଷ ମିଳିଥାଏ । ବିଶ୍ୱାସ ରହିଛି ଯେ, ଭଗବାନ ଧନ୍ୱନ୍ତରୀ ବିଷ୍ଣୁଙ୍କ ଅଂଶାବତାର ଅଟନ୍ତି ।