ବୟସ ଥିଲା ୧୭ , ପରଦାରେ ନଜର ଆସିଥିଲେ ‘ଜେଜେ ମା’ ଭୂମିକାରେ ! ଜାଣନ୍ତି ଏହି ଓଡିଆ ଅଭିନେତ୍ରୀ କିଏ ?

183

ନାଆଁ ତାଙ୍କର ରାନୀ, ବୟସ ଥିଲା ମାତ୍ର ସତର ବର୍ଷ । ହେଲେ ଏଇ ବୟସରେ ସେ ବନିଥିଲେ ଜେଜେମା’ । କ’ଣ କିଛି ବୁଝିପାରୁନାହାଁନ୍ତି କି ? କଥାଟା ହେଲା ରାନୀ ଏବେ ଏକ ମେଗା ଧାରାବାହିକରେ ଅଭିନୟ କରୁଛନ୍ତି ତା’ ପୁଣି ଶୀର୍ଷକ ଭୂମିକାରେ । ସାର୍ଥକ ଟିଭିରେ ପ୍ରସାରିତ ଏହି ଧାରାବାହିକର ନାଆଁ ହେଲା ‘ ଜେଜେ ମା’ । ହେଲେ ପ୍ରଥମେ ଏହା ଜୀ କଳିଙ୍ଗରେ ପ୍ରସାରିତ ହୋଇଥିଲା । ଏହି ମେଗା ଧାରାବାହିକର ନିର୍ଦ୍ଦେଶନା ଦେଉଥିଲେ ଦେବୁ ପଟ୍ଟନାୟକ ।

ରାନୀଙ୍କ ପ୍ରକୃତ ନାଆଁ ହେଲା ଦେବୀକା ଅରୁନ୍ଧତୀ ସାମଲ । ତାଙ୍କର ବାପା ହିମାଂଶୁ ସାମଲ (ହେମି) ଯାତ୍ରା ଓ ଟେଲିଜଗତର ଜଣେ ନାମୀ ନିର୍ଦ୍ଦେଶକ ଏବଂ ମାଆ ତିଳୋତ୍ତମା ଖୁଣ୍ଟିଆ ଓଲିଉଡର ଜଣେ ନାମୀ ଚରିତ୍ର ଅଭିନେତ୍ରୀ । ରାନୀ ଶିଶୁ କଳାକାର ଭାବେ ବାପା ହିମାଂଶୁ ସାମଲଙ୍କ ନିର୍ଦ୍ଦେଶିତ ତଥା ଡିଡି ୧ରେ ପ୍ରସାରିତ ମେଗା ଧାରାବାହିକ ‘କଳିଯୁଗ’ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ । ଏଥିରେ ତାଙ୍କୁ ଅଭିନେତା ଶ୍ରୀଜିତ୍‌ ଶତପଥୀ ଓ ସୁଇଟିଙ୍କ ଝିଅ ଭୂମିକାରେ ଦେଖିବାକୁ ମିଳିଥିଲା । ସେ ଅନେକ ମଞ୍ଚ , ବେତାର ନାଟକ, ଆଲବମ୍‌ ଏବଂ ଡକ୍ୟୁମେଣ୍ଟାରୀ ଫିଲ୍ମରେ ମଧ୍ୟ ଶିଶୁ କଳାକାର ଭାବେ ମଧ୍ୟ ଅଭିନୟ କରିଛନ୍ତି ।

ରାନୀ ‘ଜେଜେ ମା’ ଭୂମିକାରେ ଅଭିନୟ କରୁଥିବା ବେଳେ ଜେଜେ ଚରିତ୍ରରେ ଥିଲେ ଖ୍ୟାତନାମା ଅଭିନେତା-ନିର୍ଦ୍ଦେଶକ ହର ପଟ୍ଟନାୟକ । ଏହି ମେଗା ଧାରାବାହିକର କାହାଣୀ ବେଶ୍‌ ମଜାଦାର୍‌ । କିପରି ଜଣେ ଯୁବତୀ ଜଣେ ବୃଦ୍ଧଙ୍କୁ ବିବାହ କରି ‘ଜେଜେମା’ ହେଉଛି। ତା’ ପରବର୍ତ୍ତୀ ଘଟଣା ଉପରେ ଆଧାରିତ୍‌ ଏହାର କାହାଣୀ । ଜୀ କଳିଙ୍ଗ ପାଇଁ ଏହି ମେଗା ଧାରାବାହିକର ନିର୍ଦ୍ଦେଶନା ଦେଉଥିଲେ ଦେବୁ ପଟ୍ଟନାୟକ । ଏହାର ସଂଳାପ ଲେଖୁଥିଲେ ଅଭିଜ୍ଞ ନିଜାମ୍‌ । ଏବେ ଏହି ସିରିଏଲ୍‌ ସାର୍ଥକ ଚାନେଲରେ ପ୍ରସାରିତ ହେଉଛି । ସଂପ୍ରତି ଏହାର କାହାଣୀ ନୂଆ ମୋଡ଼ ନେଇଛି। ଏହାର ନିର୍ଦ୍ଦେଶକ ବି ବଦଳି ଯାଇଛନ୍ତି।

ରାନୀ ଓରଫ ଦେବିକା‘ଜେଜେ ମା’ ସିରିଆଲରେ ନାୟିକାଭାବେ ଡେବ୍ୟୁ କରିଥିଲେ। କିନ୍ତୁ ଏହି ମେଗା ଧାରାବାହିକର ପ୍ରସାରଣ କିଛି ମାସପରେ ବନ୍ଦ ହୋଇଯାଇଥିଲା।

ଏହାପରେ ତାଙ୍କୁ ଅନ୍ୟ ଏକ ଚାନେଲ୍‌ ତରଙ୍ଗ ପକ୍ଷରୁ ଗୋଟିଏ ମେଗା ଧାରାବାହିକରେ ଅଭିନୟ କରିବାର ଅଫର୍‌ ମିଳିଥିଲା। ସେ ଏହାକୁ ସ୍ୱୀକାର କରିଥିଲେ। ଏହାର ଟାଇଟଲ ହେଲା ‘ନେଇ ଯା’ରେ ମେଘ ମତେ’। ଏଥିରେ ପ୍ରଭାବଶାଳୀ ଅଭିନୟ କରି ପୁଣି ଚର୍ଚ୍ଚାକୁ ଆସିଥିଲେ। ହେଲେ ଏହାପରେ ଉକ୍ତ ମେଗା ଧାରାବାହିକ‘ଜେଜେ ମା’ ସିରିଆଲରେ ପୁଣି କାମ କରିବାକୁ ଅଫର ମିଳିଥିଲା ଏବଂ ତାକୁ ଗ୍ରହଣ କରିଥିଲେ ସେ।

 ଦେବୀକାଙ୍କୁ ବଡ଼ ପରଦା ପାଇଁ ବି ଅଫର ମିଳିଥିଲା,କିନ୍ତୁ ସେ ଏହାକୁ ସ୍ୱୀକାର କରିନାହାନ୍ତି। ବୋଧହୁଏ ଛୋଟ ପରଦାର ମାୟାରେ ପଡ଼ିଛନ୍ତି ଦେବିକା।