ପ୍ରତ୍ୟେକ ପୁରୁଷଙ୍କ ଜୀବନରେ ଜଣେ ଭଲ ମହିଳା ବନ୍ଧୁ ରହିବା ଦରକାର ! କାହିଁକି ଜାଣନ୍ତୁ

124

କୁହାଯାଏ କି, ଜଣେ ପୁରୁଷର ସଫଳତା ପଛରେ ଜଣେ ମହିଳାର ହାତ ଥାଏ । ତେବେ ସେ ହାତ ମା’ର କିମ୍ବା ପତ୍ନୀ କିମ୍ବା ପ୍ରିୟ ବାନ୍ଧବୀର ହୋଇ ଥାଇପାରେ । ଆଜ୍ଞା ହଁ ! ଜଣେ ପୁରୁଷ ପାଇଁ ତାର ଜୀବନରେ ଜଣେ ମହିଳା ରହିବା ବହୁତ ଜରୁରୀ ଅଟେ । କାରଣ ଜଣେ ନାରୀ ପାଇଁ ଜଣେ ପୁରୁଷ ତାର ଭାବନାତ୍ମକ ରୁପରେ ମଜଭୁତ ହୋଇଥାଏ ।

ଏଥିସହ ନିଜ ଜୀବନ ସହ ଜଡିତ ସମସ୍ତ ନିଷ୍ପତି ମଧ୍ୟ ଶୀଘ୍ର ନେଇଥାନ୍ତି । କିନ୍ତୁ ଅନେକ ସମୟରେ ଏଭଳି ଅନେକ କଥା ଥାଏ ଯାହା କାହାକୁ କହି ହୋଇ ନଥାଏ । ଆଉ ଏହି ସମୟରେ ଆପଣଙ୍କୁ ସହାୟତା କରିଥାଏ ଜଣେ ମହିଳା ବନ୍ଧୁ । ତେବେ ଆସନ୍ତୁ ଜାଣିବା କାହିଁକି ଜଣେ ପୁରୁଷ ଜୀବନରେ ଜଣେ ମହିଳା ବନ୍ଧୁଙ୍କର ଆବଶ୍ୟକତା ରହିଛି । ତେବେ ଆସନ୍ତୁ ଜାଣିବା ।

• ଜଣେ ମହିଳା ବନ୍ଧୁ ବାକି ବନ୍ଧୁମାନଙ୍କଠାରୁ ଆପଣଙ୍କୁ ବହୁତ ଭଲଭାବେ ବୁଝିଥାଏ । କାରଣ ଅଧିକାଂଶ ସମୟରେ ଦେଖିବାକୁ ମିଳିଥାଏ କି ପୁରୁଷମାନେ କେବଳ ସେତିକି ବୁଝିଥାନ୍ତି ଯେତିକି ତାଙ୍କୁ କୁହାଯାଇଥାଏ । କିନ୍ତୁ ଯଦି ଆପଣଙ୍କ ନିକଟରେ କେହି ମହିଳା ବନ୍ଧୁ ଥାନ୍ତି ତେବେ ସେ ଆପଣଙ୍କ ମୁଡକୁ ଦେଖି ଏକଥା ଜାଣି ପାରନ୍ତି କି ଆପଣଙ୍କ ମନରେ କଣ ଚାଲିଛି ବୋଲି ।

• ସମସ୍ତେ କୁହନ୍ତି କି ପୁରୁଷମାନେ କେବେହେଲେ କାନ୍ଦନ୍ତି ନାହିଁ । ତେବେ ଏହି କଥାର କୌଣସି ସତ୍ୟତା ନାହିଁ । କାରଣ ଏଠାରେ ଆମେ କହି ରଖୁଛୁ କି ପୁରୁଷ ମହିଳାଙ୍କଠାରୁ ଅଧିକ ଭାବପ୍ରବଣ ଅଟନ୍ତି । ଜୀବନରେ ଅନେକ ସମୟରେ ପୁରୁଷମାନେ ନିଜକୁ ବହୁତ ଏକାକୀ ମନେ କରିଥାନ୍ତି । ଏହିସମୟରେ ଯଦି ଆପଣଙ୍କ ପାଖରେ କେହି ମହିଳା ବନ୍ଧୁ ଥାନ୍ତି ତେବେ ଆପଣ ଆପଣଙ୍କର ମନ କଥା ତାଙ୍କ ନିକଟରେ ଖୋଲାଖୋଲି ଭାବେ ସେୟାର କରି ପାରିବେ । କାରଣ, ସେ କେବେ ଆପଣଙ୍କ ଅତୀତକୁ ଆପଣଙ୍କ ବର୍ତ୍ତମାନରେ ପଡିବାକୁ ଦେଇ ନଥାଏ ।

• ମହିଳା ବନ୍ଧୁ ଏକମାତ୍ର ବନ୍ଧୁ ଯିଏ କି ଆପଣଙ୍କ ପ୍ରେମର ବାସ୍ତବ ଅର୍ଥକୁ ଆପଣଙ୍କୁ ଅନୁଭବ କରାଇ ଥାଏ । ଏଥିସହ ଆପଣଙ୍କୁ ଆପଣଙ୍କ ପ୍ରେମିକାଙ୍କୁ ବୁଝାଇବାକୁ ମଧ୍ୟ ସହାୟତା କରିଥାଏ । ସେ ଆପଣଙ୍କ ଆପଣଙ୍କ ପ୍ରେମିକାଙ୍କ ପ୍ରତିଟି ପରିଭାଷାର ଅର୍ଥକୁ ଆପଣଙ୍କୁ ବୁଝାଇବାକୁ ଚେଷ୍ଟା କରିଥାଏ ।

• କୁହାଯାଏ ପ୍ରତ୍ୟେକ ସଫଳ ବ୍ୟକ୍ତି ପଛରେ ଜଣେ ମହିଳାର ହାତ ଥାଏ ଏବଂ ସେହି ମହିଳା ଜଣଙ୍କ ଆପଣଙ୍କର ଭଲ ବନ୍ଧୁ ମଧ୍ୟ ହୋଇଥାଇ ପାରନ୍ତି । କାରଣ ସେ ନା କେବେଳ ଆପଣଙ୍କୁ ଭଲ ପରାମର୍ଶ ଦେଇଥାଏ ତାହା ନହେଁ ବରଂ ସେ ଏହା ବି ବୁଝିଥାଏ କି ଆପଣଙ୍କୁ କେଉଁଟା ପସନ୍ଦ ଆଉ କେଉଁଟା ନୁହେଁ । ଖାଲି ସେତିକି ନୁହେଁ ସେ ଆପଣଙ୍କ ସହିତ ସମୟ ବିତାଇ ଥାଏ ଆଉ ଆପଣଙ୍କୁ କେବେ ଏକୁଟିଆ ହେବାକୁ ଦେଇ ନଥାଏ ।