କଣ ଆପଣ ଜାଣନ୍ତି କି? କେବଳ ଅଦା ମିଶ୍ରିତ ଚା’ ନୁହେଁ ବରଂ ଅଦା ମିଶ୍ରିତ ପାଣି ମଧ୍ୟ ହୋଇଥାଏ ଶରୀର ପାଇଁ ଉପକାରୀ

151

ଅଦାର ଅନେକ ଔଷଧିୟ ଗୁଣ ରହିଛି । ଏହାକୁ ଅଧିକାଂଶ ଲୋକେ ଅଦାକୁ ଚା’ରେ ପକାଇ ପିଇଥାନ୍ତି । ଖାଲି ସେତିକି ନୁହେଁ କିଛି ଲୋକ ଏହାକୁ ମସଲା ଭାବରେ ବ୍ୟବହାର କରୁଥିବାବେଳେ କିଛି ଲୋକ ଗାର୍ନିଶିଂ ଭାବରେ ବ୍ୟବହାର କରିଥାନ୍ତି । ଯାହାଦ୍ୱାରା ଖାଦ୍ୟର ସ୍ୱାଦ ଆହୁରୀ ବଢିଯାଇଥାଏ । ଖାଲି ଯେ ଏହାକୁ ଖାଦ୍ୟରେ ସ୍ୱାଦ ବଢାଇବାକୁ ପ୍ରୟୋଗ କରାଯାଇଥାଏ ତାହା ନୁହେଁ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ଶରୀରକୁ ବିଭିନ୍ନ ରୋଗରୁ ଉପଶମ ଦେଇଥାଏ । ଆସନ୍ତୁ ଜାଣିବା . . .

•  ଅଦା ମିଶ୍ରିତ ପାଣି ପିଇବାଦ୍ୱାରା ଶରୀରର ପାଚନକ୍ରିୟାକୁ କରିଥାଏ ନିୟନ୍ତ୍ରିତ । ଏହା ଶରୀରର ଡାଇଜେଷ୍ଟିବ୍ ଜୁସକୁ ବୃଦ୍ଧି କରିଥାଏ । ଯାହାଦ୍ୱାରା ପାଚନକ୍ରିୟା ବହୁଳ ମାତ୍ରାରେ ନିୟନ୍ତ୍ରଣରେ ଆସିଥାଏ । ଆଉ ଖାଦ୍ୟ ସହଜରେ ହଜମ ମଧ୍ୟ ହୋଇଯାଇଥାଏ ।
•  ଚର୍ମ ଜନିତ ସମସ୍ୟାକୁ ଦୂର କରିବାପାଇଁ ଆପଣ ଅଦାକୁ ଗ୍ରହଣ କରିପାରିବେ । ଏଥିପାଇଁ ଅଦା ମିଶ୍ରିତ ପାଣିକୁ ନିୟମିତ ଭାବରେ ପିଇବାଦ୍ୱାରା ରକ୍ତ ନିର୍ମଳ ହୋଇଥାଏ । ଏବଂ ଚର୍ମ ଚିକ୍କଣ ଦେଖାଯାଇଥାଏ । ଏଥିସହ ମୁହଁରେ ହେଉଥିବା ବ୍ରଣକୁ ଭଲ କରିବା ସହ ସ୍କିନ୍ ଇନଫେକ୍ସନ ଭଳି ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
•  ଅଦା ମଧୁମେହ ଭଳି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ଅଦା ମିଶ୍ରିତ ପାଣିକୁ ନିୟମିତ ରୂପେ ସେବନ କରିବା ଦ୍ୱାରା ଶିରାପ୍ରଶିରାମାନଙ୍କରେ ଥିବା ରକ୍ତ ସବୁ ନିୟନ୍ତ୍ରଣରେ ଆସିଥାଏ ।  କେବଳ ସେତିକି ନୁହେଁ ଏହାକୁ ସାଧାରଣ ଲୋକେ ପିଇବା ଦ୍ୱାରା ସେମାନେ ମଧ୍ୟ ଏଭଳି ସମସ୍ୟାରୁ ରକ୍ଷା ପାଇଥାନ୍ତି ।
•  ଅଦା ମିଶ୍ରିତ ପାଣି ନିୟମିତ ରୂପେ ପିଇବାଦ୍ୱାରା ରକ୍ତ ସଂଚାଳନ ସଠିକ୍ ଭାବରେ ହୋଇଥାଏ । ଏବଂ ମାଂସପେଶୀରେ ହେଉଥିବା ଯନ୍ତ୍ରଣାରୁ ମଧ୍ୟ ମୁକ୍ତି ମିଳିଥାଏ ।
•  ନିୟମିତ ଭାବରେ ଅଦା ମିଶ୍ରିତ ପାଣିକୁ ପିଇଲେ ଏହା ଶରୀରର ଅତିରିକ୍ତ ମାଂସପେଶୀରୁ ନିୟନ୍ତ୍ରଣ କରି ଓଜନ ମଧ୍ୟ ହ୍ରାସ କରିଥାଏ ।
•  ଅଦା ମିଶ୍ରିତ ପାଣି ସାଧାରଣତଃ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ । ପ୍ରତିଦିନ ଏହି ପାଣି ପିଇବାଦ୍ୱାରା ସର୍ଦ୍ଦି, କାଶ, ଏବଂ ସଂକ୍ରମିତ ରୋଗ ଆଦି ବିପଦରୁ ମୁକ୍ତି ମିଳିଥାଏ ।