ଗର୍ଭାବସ୍ଥାରେ ନବରାତ୍ରି ବ୍ରତ କରୁୁଛନ୍ତି କି ? ଜାଣନ୍ତୁ କେମିତି ସାବଧାନତା ଅବଲମ୍ବନ କରିବେ

81

ଗର୍ଭାବସ୍ଥାରେ ଉପବାସ ବ୍ରତ । ଏହାକୁ ଚିକିତ୍ସକମାନେ ଖୁବ୍ ଗମ୍ଭୀରତାର ସହ ନେଇ କହିଛନ୍ତି . ନବରାତ୍ରିରେ ମହିଳାମାନେ ବ୍ରତ ଉପ58853050ବାସ ରଖିଥାନ୍ତି । ତାହେଲେ ପ୍ରଶ୍ନ ଉଠେ , ଗର୍ଭାବସ୍ଥାରେ ଥିବା ମହିଳା ଏହି ବ୍ରତ କରିପାରିବେ କି ? ଡାକ୍ତରଙ୍କ କହିବାନୁସାରେ ଏହି ବ୍ରତ ସମୟରେ ଭଲ ମନ୍ଦର ପ୍ରଭାବ କେବଳ ମା’ ଉପରେ ପଡିଥାଏ , ତା ନୁହେଁ ଜନ୍ମ ନେବାକୁ ଥିବା ଶିଶୁ ଉପରେ ବି ପଡିପାରେ । ଏଥିପାଇଁ ସାବଧାନତା ଜରୁରୀ । ଗର୍ଭାବସ୍ଥା ସମୟରେ ଯଦି ଆପଣ ଭିତରେ ସୁସ୍ଥ ଅନୁଭବ କରୁଛନ୍ତି । ତେବେ ଉପବାସ ରଖିବାରେ କୈାଣସି ଅସୁବିଧା ନାହିଁ । କିନ୍ତୁ କିଛି ମାମଲା , ଯେପରି ଶରୀରରେ ଅଳ୍ପ ରକ୍ତ ଥିବା , ଦୁର୍ବଳ ଲାଗିବା , ଉଚ୍ଚ ରକ୍ତଚାପ ବା ପୁଣି ଗର୍ଭକାଳୀନ ମଧୁମେହରେ ଚିକିତ୍ସିତ ଗର୍ଭବତୀ ମହିଳାଙ୍କୁ ଉପବାସ ରଖିବାକୁ କହିନଥାନ୍ତି । କାରଣ ଏଥିରେ ମା’କୁ କେବଳ ବିପଦ ନଥାଏ , ଗର୍ଭରେ ବଢୁଥିବା ଶିଶୁର ବି କ୍ଷତି ହୋଇପାରେ ।

151019435_4x3କୋଲକତାର ଆନନ୍ଦପୁର ସ୍ଥିତ ଫୋର୍ଟିସ ହସ୍ପିଟାଲରେ ପରାମର୍ଶଦାତା ପ୍ରସୂତି ବିଶେଷଜ୍ଞ ଡା. ବିକାଶ ବନର୍ଜୀ କହିଛନ୍ତି, ଗର୍ଭାବସ୍ଥାର ପ୍ରଥମ ଓ ତୃତୀୟ ଚତୁର୍ଥମାସରେ ବ୍ରତ ନରଖିବାକୁ ଭଲ । ପ୍ରଥମ ତିନି ମାସ ରେ ଯଦି ଲମ୍ବା ସମୟ ଧରି ଉପବାସରେ ରୁହନ୍ତି ତ ଅସ୍ପଷ୍ଟ ସ୍ୱର ଓ ବାନ୍ତି ସମସ୍ୟା ଉପୁଜିଥାଏ । ତୃତୀୟ ଚତୁର୍ଥ ମାସରେ ଏମିତି କରିବା ଦ୍ୱାରା ମୁଣ୍ଡ ବୁଲାଇବାର ସମସ୍ୟା ଥାଏ । ଗର୍ଭାବସ୍ଥାରେ ହେଉଥିବା ମଧୁମେହ ରକ୍ତର କମି ଆସିବା ବା ଗର୍ଭରେ ଏକରୁ ଅଧିକ ପିଲାଥିଲେ ବ୍ରତ ଉପବାସ କରିବା କ୍ଷତିକାରକ ମଧ୍ୟ ହୋଇଥାଏ ।

ଯଦି ସବୁକିଛି ଠିକ ଅଛି । ନିଜକୁ ଆପଣ ଭଲ ଅନୁଭବ କରୁଛନ୍ତି ଏବଂ ବ୍ରତ ରଖିଛନ୍ତି , ତାହେଲେ ଏହି ସାବଧାନତା ଅବଲମ୍ବନ କରିପାରିବେ –

x14-1408007864-30-pregu.jpg.pagespeed.ic.T2kI_JryCR୧ – ନିର୍ଜଳ ଉପବାସ କରନ୍ତୁ ନାହିଁ । କାରଣ ଗର୍ଭାବସ୍ଥାରେ ମା’ ଓ ଶିଶୁ ଉଭୟଙ୍କୁ ପାଣି ଦରକାର ହୋଇଥାଏ । ଯଦି ଉପବାସ କରୁଚନ୍ତି ତ ଧ୍ୟାନ ରଖିବେ ଯେମିତି ଡିହାଇଡ୍ରେସନର ଲକ୍ଷଣ ନହୁଏ । ନିର୍ଜଳା ଉପବାସ ବେଳେ ନଡିଆ ଜଳ ଦୁଗ୍ଧ ଓ ଜୁସ୍ ବଳି ଜିନିଷକୁ ଗ୍ରହଣ କରିପାରିବେ । ଫଳ , ପନିପରିବା , ଜୁସରେ ଶରୀରରେ ପାଣିର ଜରୁରୀକୁ ପୁରା କରିଥାଏ ।

୨- ଉପବାସରେ କଫି ବା ଚା’ ସେବନ କରନ୍ତୁ ନାହିଁ ।

୩ – ଯଦି ପାଗ ଉଷୁମ ଅଛି , ଘର ଭିତରେ ରୁହନ୍ତୁ । ବାହାରକୁ ବାହାରନ୍ତୁ ନାହିଁ ।

୪ – ଉପବାସ ସମୟରେ ବ୍ୟାୟାମ ବା କୈାଣସି ଭାରି କାମ କରନ୍ତୁ ନାହିଁ ।

୫ –ବ୍ରତ ଭାଂଗିବା ବେଳେ ଆରମ୍ଭରେ ଏକ ଗ୍ଲାସ୍ ଜୁସ୍ ବା ପଇଡ ଜଳ ପିଅନ୍ତୁ । ଏହାପରେ କିଛି ହାଲକା ଖାଦ୍ୟ ଖାଆନ୍ତୁ ।

article-20151030110220237322000୬ – ବ୍ରତ ସମୟରେ ଗର୍ଭରେ ଭ୍ରୁଣର ଚହଲିବା ଉପରେ ନଜର ରଖନ୍ତୁ । ଏବଂ ସମୟ ସମୟରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଦିଲ୍ଲୀର ଇଣ୍ଟରନ୍ୟାସନାଲ ଫର୍ଟିଲିଟି ସେଣ୍ଟରର ଚେୟାରପର୍ସନ ଡା. ରୀତା ବରଖା କହିଛନ୍ତି, ‘ଗର୍ଭାବସ୍ଥା ସମୟରେ ଉପବାସ ଅନେକ ଅଳ୍ପାବଧି ବା ଦୀର୍ଘକାଳିନ ପ୍ରଭାବ ପକାଇପାରେ । କିଛି ମହିଳା ବିପଦକୁ ଅଣଦେଖା କରି ଉପବାସ କରିଥାନ୍ତି । ଏହାର ତତ୍କାଳ ପ୍ରଭାବ କେବଳ ମା’ ଉପରେ ପଡିଥାଏ , ତାନୁହେଁ ଏହା ଗର୍ଭସ୍ଥ ଶିଶୁ ଉପରେ ବି ପଡିପାରେ ।’

(ସୌଜନ୍ୟ- ଜନସତ୍ତା )