ସ୍ୱାସ୍ଥ୍ୟ ପ।ଇଁ ଉପକାରୀ ଭେଣ୍ଡି ! ଜାଣନ୍ତୁ ଏହାର ୭ଟି ଔଷଧିୟ ଗୁଣ

209

ସାଧାରଣତଃ ଲୋକେ ଭେଣ୍ଡିକୁ ପରିବା ଭାବେ ଗ୍ରହଣ କରିଥାନ୍ତି । ତେବେ ଏହାର ମଧ୍ୟ ଅନେକ ଔଷଧିୟ ଗୁଣ ରହିଛି । ଯାହା ସଂପର୍କରେ ଆମେ ତଳେ ଆଲୋଚନା କରିଛୁ । ଆସନ୍ତୁ ଜାଣିବା . . .

• ମଧୁମେହ ରୋଗୀ ଦରସିଝା ହୋଇଥିବା ଭେଣ୍ଡି ଖାଇବା ବେଶ୍ ଲାଭଦାୟକ ହୋଇଥାଏ ।

• ପୁରୁଷମାନେ କଂଚା ଭେଣ୍ଡିକୁ ଚୋବାଇ ଖାଇବଦ୍ୱାରା ସେମାନଙ୍କ ପୁରୁଷତ୍ୱ ବଢିଥାଏ ।

• ଭେଣ୍ଡି ମଞ୍ଜକୁ ଶୁଖାଇ ଏହାର ଚୂର୍ଣ୍ଣ କରି ଛୋଟ ପିଲାଙ୍କୁ ଖାଇବାକୁ ଦେଲେ ଏହା ପ୍ରୋଟିନ ଭଳି କାମ କରିଥାଏ ।

• ମେଦ ବୃଦ୍ଧିରେ ଆକ୍ରାନ୍ତ ଲୋକେ କଂଚା ଭେଣ୍ଡି ଖାଇବାଦ୍ୱାରା ଓଜନ ହ୍ରାସ ପାଇଥାଏ ।

• ଶରୀରରେ ସାଧାରଣତଃ କୋଲେଷ୍ଟ୍ରଲର ମାତ୍ରା ବୃଦ୍ଧି ପାଇବା କାରଣରୁ ହୃଦୟଜନିତ ସମସ୍ୟା ଦେଖାଦେଇଥାଏ । ତେବେ ଭେଣ୍ଡି ଖାଇବା ଦ୍ୱାରା ଏଭଳି ସମସ୍ୟାରୁ ମୁକ୍ତି ମିଳିଥାଏ ।

• ଭେଣ୍ଡିରେ ରୋଗ ପ୍ରତିରୋଧକ କ୍ଷମତା ଭରପୁରମାତ୍ରାରେ ରହିଥାଏ । ଯଦି ପ୍ରତିଦିନ ଭେଣ୍ଡି ସେବନ କରନ୍ତି ତେବେ ଏହାଦ୍ୱାରା ଆପଣଙ୍କ ଶରୀରକୁ ଲାଭ ମିଳିଥାଏ ।

• ଗର୍ଭବତୀ ମହିଳାଙ୍କ ପାଇଁ ଭେଣ୍ଡି ଅତ୍ୟନ୍ତ ଉପକାରୀ ଅଟେ । ଏଥିରେ ସାଧାରଣତଃ ଭିଟାମିନ୍-ବି୯ର ପରିମାଣ ବେଶି ଥାଏ । ଯାହା କାରଣରୁ ଗର୍ଭରେ ବଢୁଥିବା ଶିଶୁକୁ ଏହା ବିଭିନ୍ନ ରୋଗରୁ ରକ୍ଷା କରିଥାଏ ।