ଅଫିସରେ ସମସ୍ତଙ୍କର ପ୍ରିୟ ହେବାକୁ ଚାହୁଁଛନ୍ତି କି ? ତେବେ ନିଶ୍ଚୟ ମନେ ରଖନ୍ତୁ ଏହି ୫ଟି କଥା

70

ଅଫିସରେ ଯେତେ ଭଲ କାମ କରୁଥିଲେ ମଧ୍ୟ ଅନେକ ସମୟରେ ଆମେ ଅଜାଣତରେ କରୁଥିବା କେତେକ ଛୋଟ ବଡ ଭୁଲର ନକରାତ୍ମକ ପ୍ରଭାବ ସିଧାସଳଖ ଆମ କାମ ବା ଚାକିରି ଉପରେ ହିଁ ପଡିଥାଏ । ତେଣୁ ଅଫିସରେ ନିଜର ଏକ ଭଲ ସ୍ଥାନ ବା ଇମେଜ୍ ସୃଷ୍ଟି କରିବାକୁ ଚାହୁଁଥିଲେ, କେଉଁ ସବୁ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ ଜାଣନ୍ତୁ ସେ ସଂପର୍କରେ ।

• ଯଦି ବସ୍ କିମ୍ବା କେହି ସହକର୍ମୀ ଆପଣଙ୍କ ସହିତ କୌଣସି ଗୋପନୀୟ କଥା ଶେୟାର କରିଛନ୍ତି ତେବେ ଉକ୍ତ କଥାକୁ ଅନ୍ୟ କାହା ନିକଟରେ ପ୍ରକଟ କରନ୍ତୁ ନାହିଁ । କାରଣ, ଏପରି କରିବାଦ୍ୱାରା ଆପଣଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିପାରେ । ଏଥିସହ ଆପଣଙ୍କ ଚାକିରି ମଧ୍ୟ ଚାଲିଯାଇପାରେ ।

• ଅଫିସ୍ ମିଟିଂରେ କୌଣସି ବିଷୟରେ ଆପଣଙ୍କୁ ନ ପଚାରିବା ପର୍ଯ୍ୟନ୍ତ ଆଗଭର ହୋଇ ନିଜ ପରାମର୍ଶ ଦିଅନ୍ତୁ ନାହିଁ । ଆପଣ ଯେତିକି ଜାଣିଛନ୍ତି ଏବଂ ଆପଣଙ୍କୁ ଯେତିକି ପଚରା ଯାଉଛି କେବଳ ସେତିକି ହିଁ କରନ୍ତୁ । ଏହା ବ୍ୟତୀତ ବସ୍ କିମ୍ବା ବରିଷ୍ଠ କର୍ମଚାରୀଙ୍କ ପ୍ରତିଟି କଥାରେ ହଁ ମାରିବା ଅପେକ୍ଷା ନିଜର ମତାମତ ମଧ୍ୟ ରଖିବାକୁ ଚେଷ୍ଟା କରନ୍ତୁ ।

• ଠିକ୍ ସେହିପରି ଅଯଥାରେ ଅନ୍ୟମାନଙ୍କ କାମ ବା କଥାରେ ହସ୍ତକ୍ଷେପ କରନ୍ତୁ ନାହିଁ । କାରଣ, ପ୍ରତ୍ୟେକ ବ୍ୟକ୍ତିଙ୍କର କାମ କରିବାର ଶୈଳୀ କିଛି ଭିନ୍ନ ହୋଇଥାଏ । ତେଣୁ କେହି ଆପଣଙ୍କ ସାହାର୍ଯ୍ୟ ନ ଲୋଡିବା ପର୍ଯ୍ୟନ୍ତ କାହାକୁ ଆଗୁଆ ପରାମର୍ଶ ଦିଅନ୍ତୁ ନାହିଁ ।

• ଅଫିସରେ କାମ କରିବାର ଶୈଳୀ ହିଁ ଅନ୍ୟମାନଙ୍କ ଆଗରେ ଆମର ଭଲ କିମ୍ବା ଖରାପର ଇମେଜ୍ ସୃଷ୍ଟି କରିଥାଏ । ତେଣୁ ଅଫିସରେ ସବୁବେଳେ ନିଜର କାମ ନିଜେ କରିବାକୁ ଚେଷ୍ଟା କରନ୍ତୁ । କାରଣ ବାରମ୍ବାର ନିଜ କାମ ପାଇଁ ସହକର୍ମୀଙ୍କ ଉପରେ ନିର୍ଭର କରିବାଦ୍ୱାରା ସେମାନଙ୍କ ମନରେ ଆପଣଙ୍କ ପ୍ରତି ଏକ ନକରାତ୍ମକ ମନୋଭାବ ସୃଷ୍ଟି ହୋଇଥାଏ ।

• ଅଫିସ ପରିସର ଭିତରେ ବିନା କାମ ବା କାରଣରେ କାହା ସହ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ । କାରଣ, ଏହା ନା କେବଳ ଆପଣଙ୍କର ପ୍ରଫେସନାଲ ବା ପେଶାଦାର ଜୀବନକୁ ପ୍ରଭାବିତ କରିଥାଏ ତାହା ନୁହେଁ ବରଂ ବ୍ୟକ୍ତିଗତ ଜୀବନରେ ମଧ୍ୟ ନକରାତ୍ମକ ପ୍ରଭାବ ପକାଇଥାଏ । ତେଣୁ କର୍ମଚାରୀ ହୁଅନ୍ତୁ କି ବନ୍ଧୁ ଯେତେ ସମ୍ଭବ ଏମାନଙ୍କ ସହିତ ଅଯଥାଗପନ୍ତୁ ନାହିଁ ।