ଆପଣ ଅଧକପାଳ ମୁଣ୍ଡବିନ୍ଧାରେ ପୀଡିତ କି ? ଏହି ସମସ୍ୟାରୁ ମୁକ୍ତି ପାଇଁ ଆପଣାନ୍ତୁ ଏହି ଟିପ୍ସ

84

ମାଇଗ୍ରେନ୍ ପୀଡିତ ବ୍ୟକ୍ତି ଯଦି ନିୟମିତ ଭାବେ ଡବା ଖାଦ୍ୟ ଖାଉଥାନ୍ତି କିମ୍ବା ମାତ୍ରାଧିକ ମଦ୍ୟପାନ କରୁଥାନ୍ତି , ତେବେ ସେମାନଙ୍କୁ ଭୀଷଣ ମୁଣ୍ଡବିନ୍ଧାର ସମ୍ମୁଖୀନ ହେବାକୁ ପଡିପାରେ । ଜଣେ ଭାରତୀୟ ବଂଶୋଦ୍ଭବ ବୈଜ୍ଞାନିକଙ୍କ ସମେତ ଗବେଷକମାନେ ଏହା ଜାଣିବାକୁ ପାଇଛନ୍ତି । ଏହି ଅବସ୍ଥାକୁ ସମ୍ଭାଳିବାରେ କମ୍ ଚର୍ବିବାକୁ ଖାଦ୍ୟ ସହାୟକ ହୋଇପାରେ ବୋଲି ମଧ୍ୟ ଅଧ୍ୟୟନରୁ ଜଣାପଡିଛି । ଖାଦ୍ୟପେୟ ମାଧ୍ୟମରେ ମୁଣ୍ଡବିନ୍ଧା ଦୂର କରିବାର ଏଠାରେ ଦୁଇଟି ଦୃଷ୍ଟିକୋଣ ଦିଆଯାଇଛି ।

ଆମେରିକାର ସିନସିନାତି ୟୁନିଭର୍ସିଟି ପ୍ରଫେସର ଭିନସେଣ୍ଟ ମାର୍ଟିନଙ୍କ ଅନୁସାରେ , ପ୍ରଥମଟି ହେଉଛି ମୁଣ୍ଡବିନ୍ଧାକୁ ପ୍ରୋତ୍ସାହନ ଦେଉଥିବା ଖାଦ୍ୟ ଠାରୁ ଦୂରେଇବା ଏବଂ ଅନ୍ୟଟି ମୁଣ୍ଡବିନ୍ଧା ପ୍ରତିରୋଧକାରୀ ଖାଦ୍ୟ ଦୈନନ୍ଦିନ ଭୋଜନ ତାଲିକାରେ ସାମିଲ କରିବା । ୟୁନିଭର୍ସିଟି ର ସହ-ପ୍ରଫେସର ବ୍ରିନ୍ଦର ଭିଜଙ୍କ ସମେତ ଗବେଷକମାନେ ମାଇଗ୍ରେନ ଓ ଖାଦ୍ୟ ସଂପର୍କିତ ୧୮୦ରୁ ଅଧିକ ଅଧ୍ୟୟନକୁ ବିଶ୍ଲେଷଣ କରିଥିଲେ ।

ମାର୍ଟିନଙ୍କ ମତରେ , କ୍ୟାଫିନ ଠାରୁ ଦୂରେଇଯିବା ଭୀଷଣ ମୁଣ୍ଡବିନ୍ଧାର ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ । ଉଦାହରଣ ସ୍ୱରୂପ , ସବୁବେଳେ ସକାଳେ ଆପଣ ତିନି –ଚାରି କପ୍ କଫି ପିଇ ଆସୁଥିଲେ । କିନ୍ତୁ ଦିନେ ଏହି ରୁଟିନରୁ ସଂପୂର୍ଣ୍ଣ ଓହରିଯିବାକୁ ନିଷ୍ପତ୍ତି ନେଲେ । ଅର୍ଥାତ୍ ଆଦୌ କଫି ପିଇଲେ ନାହିଁ । ସେଦିନ ଭୀଷଣ ମୁଣ୍ଡବିନ୍ଧାର ସମ୍ମୁଖୀନ ହେବାକୁ ପଡିବ ବୋଲି ମାର୍ଟିନ କହିଛନ୍ତି । ଅତ୍ୟଧିକ କଫି ମଧ୍ୟ ଏହି ସମସ୍ୟାର କାରଣ ହୋଇପାରେ । ତେଣୁ ତାଙ୍କ ମତରେ ଦିନକୁ ଏକ କପ୍ କଫି ମାଇଗ୍ରେନ୍ ରୋଗୀଙ୍କ ପାଇଁ ଯଥେଷ୍ଟ । ମାର୍ଟିନ କହିନ୍ତି , ମାତ୍ରାଧିକ କଫି ମୁଣ୍ଡବିନ୍ଧା ସହିତ ଚିନ୍ତା ଓ ଅବସାଦର କାରଣ ହୋଇପାରେ । ମାଇଗ୍ରେନର ଅନ୍ୟତମ ମୁଖ୍ୟ କାରଣ ମଦ୍ୟପାନ । ଫ୍ରୋଜେନ୍ କିମ୍ବା ଡବା ଖାଦ୍ୟ , ସୁପ୍, ସସ୍ ଆଦି ମଧ୍ୟ ମାଇଗ୍ରେନ୍ ପାଇଁ ଦାୟୀ । ଏହା ବଦଳରେ ତାଉଜା ଫଳ , ପନିପରିବା , ତାଜା ମାଂସ ଖାଦ୍ୟ ତାଲିକାରେ ସାମିଲ କରିବା ଉଚିତ୍ ।