ଯୁକ୍ତ ୨ ମୂଲ୍ୟାୟନ ବର୍ଜନ ପ୍ରସଙ୍ଗ: ଆସନ୍ତାକାଲି ଠାରୁ ମୂଲ୍ୟାୟନରେ ସହଯୋଗ କରିବେ ଅଧ୍ୟାପକ

34

ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ ଆନେ୍ଦାଳନକୁ ସ୍ଥଗିତ ରଖିଲେ ଅଧ୍ୟାପକ । ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ସହ ରୁଦ୍ଧଦ୍ୱାର ବୈଠକ ପରେ ମୂଲ୍ୟାୟନରେ ସହଯୋଗ କରିବାକୁ ରାଜି ହୋଇଛନ୍ତି ୪୮୮ ଓ ୬୬୨ ବର୍ଗ ଅଧ୍ୟାପକ । ବ୍ଲକଗ୍ରାଂଟ ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ ଯୁକ୍ତ ଦୁଇ ମୂଲ୍ୟାୟନକୁ ଏମାନେ ବର୍ଜନ କରିଥିଲେ । ଆସନ୍ତା ୨୪ ତାରିଖରେ ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ଅଧ୍ୟାପକଙ୍କ ୨ ଦଫା ଦାବି ନେଇ ଆଲୋଚନା ହେବ ।.. ଗତ ୪ ତାରିଖରୁ ଖାତା ଦେଖା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ସ୍ଥାନରେ ପିକେଟିଂ କରି ମୂଲ୍ୟାୟନରେ ସାମିଲ ଅଧ୍ୟାପକଙ୍କୁ ବାଧା ଦେଇଥିଲେ । ଏପରିକି ଅନ୍ୟ ଉପାୟ ନପାଇ ବିକଳ୍ପ ବ୍ୟବସ୍ଥା କରିବାକୁ ଯୋଜନା କରିଥିଲେ ସରକାର । ଘରୋଇ କଲେଜ ଓ ସିବିଏସଇ ପାଠ୍ୟାକ୍ରମ ପଢାଉଥିବା ସ୍କୁଲ ଶିକ୍ଷକଙ୍କୁ ମୂଲ୍ୟାୟନରେ ନିୟୋଜିତ କରିବାକୁ ଘୋଷଣା କରିଥିଲେ । ହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆନେ୍ଦାଳନରୁ ଓହରିଯିବା ପାଇଁ ଅଧ୍ୟାପକମାନଙ୍କୁ ବାରମ୍ବାର ଅନୁରୋଧ ବି କରିଥିଲେ । ଶେଷରେ ସରକାରଙ୍କ ଅନୁରୋଧକୁ ରକ୍ଷା କରି ରାଜ୍ୟର ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଦୃଷ୍ଟିରୁ ଆନେ୍ଦାଳନକୁ ସ୍ଥଗିତ ରଖିଥିବା କହିଛନ୍ତି ବ୍ଲକଗ୍ରାଂଟ ଅଧ୍ୟାପକ । ତେବେ ଆନେ୍ଦାଳନରତ ଅଧ୍ୟାପକ ଓ ଉଚ୍ଚଶିକ୍ଷା ବିଭାଗର ଟଣାଓଟରା ଭିତରେ ୬ଦିନ ବିତିଗଲାଣି । ତେଣୁ ନିର୍ଦ୍ଧାରିତ ସମୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ବାହାରିବା ନେଇ ଏବେ ବି ଆଶଙ୍କା ଲାଗି ରହିଛି ।