କମୁନି ଚେଙ୍କ ଚିକିତ୍ସା ! କେନ୍ଦୁଝରରେ ପୁଣି ୨ ଦିନରେ ୪ ଶିଶୁଙ୍କୁ ଚେଙ୍କ ଦେଇଥିବା ଅଭିଯୋଗ

63

କନକ ବ୍ୟୁରୋ : ସେଚେତନାତା ଅଭାବରୁ ଏବେ ବି ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଲୋକେ । ଅନେକ ଶିଶୁଙ୍କ ପ୍ରାଣହାନୀ ପରେ ବି କମୁନି ଚେଙ୍କ ଚିକିତ୍ସା । କେତେବେଳେ ଦିଶାରୀ ଚେଙ୍କରେ ଶିଶୁ ଗୁରତର ତ ଆଉ କେତେବେଳେ ଛୁଆକୁ ସୁସ୍ଥ କରିବା ପାଇଁ ଚେଙ୍କ ଦେଉଛି ମା’ । କେନ୍ଦୁଝରରେ ଦିନକୁ ଦିନ ବଢ଼ିଚାଲିଛି ଚେଙ୍କ ଚିକିତ୍ସା । ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ୨ ଦିନରେ ୪ ଜଣ ଶିଶୁଙ୍କ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଗତକାଲି ଚେଙ୍କ ଖାଇ ୨ଜଣ ଶିଶୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଆଜି ଆଉ ୨ଜଣ ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବଲାଣି ଅଂଚଳର ୨ମାସର ଶିଶୁ କନ୍ୟାକୁ କଟକ ସ୍ଥାନାନ୍ତର କରାଯାଇଛି । ସେହିପରି ବାଂଶପାଳ ଅଣସୁଆ ଗାଁରେ ୪ବର୍ଷର ଶିଶୁ ଝାଡାବାନ୍ତି ଆକ୍ରାନ୍ତ ହେବାରୁ ତା’ର ମାଆ ତାକୁ ଚେଙ୍କ ଚିକିତ୍ସା କରାଇଥିବା ସୂଚନା ମିଳିଛି । ଶିଶୁଟିକୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।