ମୃତ୍ୟୁ ପୂର୍ବରୁ କଣ କହିଥିଲା କସାବ ! ପୋଲିସ ଖୋଲିଲେ ପୂରା ଗୁମର

162

୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ୯ ବର୍ଷ ପୂରିବାକୁ ଯାଉଛି । ୯ ବର୍ଷ ପୂର୍ବେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀ ମାନେ ମୁମ୍ବାଇରେ ନର ସଂହାରଲୀଲା ଚଳାଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣ ପୂରା ଭାରତକୁ ଦୋହଲାଇ ଦେଇଥିଲା । ଏଥିରେ ୧୬୪ ଜଣ ମୃତ୍ୟୁବରଣ କରିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ୧୦ ଜଣ ଆତଙ୍କବାଦୀ ଯେଉଁଭଳି ଭାବେ ନରସଂହାରଲୀଲା ଚଳାଇଥିଲେ ସେଥିରେ ପୂରା ସବ୍ଧ ହୋଇଯାଇଥିଲା ଭାରତ । ତେବେ ପୋଲିସ ଓ ସେନାର ମିଳିତ ଅଭିଯାନରେ ୯ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା ବେଳେ ଏକମାତ୍ର ଜୀବନ୍ତ ଆତଙ୍କବାଦୀ ଭାବେ କସାବକୁ ଧରା ଯାଇଥିଲା । ଏହି ଆତଙ୍କବାଦୀ ଆକ୍ରମଣର ତଦନ୍ତଭାର ଗ୍ରହଣ କରିଥିବା ପୂର୍ବ ପୋଲିସ ଅଫିସର ରମେଶ ମହାଲେ ଏହି ଆକ୍ରମଣକୁ ନେଇ ଏକ ନୂଆ ଖୁଲାସା କରିଛନ୍ତି ।

imagesମହାଲେ କହିଛନ୍ତି, ଆକ୍ରମଣ ପରେ ଜୀବନ୍ତ ଧରା ପଡିଥିବା ଏକମାତ୍ର ଆତଙ୍କବାଦୀ ଅଜମଲ କସାବକୁ ପଚରାଉଚରା କରିବା ସମୟରେ ଭାରତୀୟ ଆଇନ ବ୍ୟବସ୍ଥାକୁ ହସରେ ଉଡାଇଦେଇଥିଲା । କସାବ କହିଥିଲା, ଅଫଜଲ ଗୁରୁ ଭଳି ଆତଙ୍କବାଦୀକୁ ଯେଉଁଠି ୮ ବର୍ଷ ହେଲା ଫାଶି ଦିଆଯାଇପାରୁନି ସେଠି ତାକୁ କିଏ ଫାଶି ଦେବ ବୋଲି ପୋଲିସ ଅଧିକାରୀକୁ ପ୍ରଶ୍ନ କରିଥିଲା । ତେବେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ୪ ବର୍ଷ ପୂରିବାକୁ କିଛି ଦିନ ବାକି ଥିବା ବେଳେ କସାବକୁ ଫାଶି ଦେବା ପାଇଁ ନିର୍ଦ୍ଦେଶ ଆସିଲା । ଏପରିକି ଯେଉଁଦିନ କସାବକୁ ଫାଶି ଦେବା ପାଇଁ ଆର୍ଥର ରୋଡରୁ ୟରୱାଡା ଜେଲକୁ ନିଆଯାଇଥିଲା ସେହିଦିନ ମଧ୍ୟ ମହାଲେ କସାବ ସହିତ ଥିଲେ । ସେତେବେଳେ ସେ କସାବକୁ ମନେପକାଇ ଦେବା ସହ କହିଥିଲେ ମାତ୍ର ୪ ବର୍ଷ ମଧ୍ୟରେ ତୁମକୁ ଫାଶି ଦିଆଯାଉଛି । ଏହା କଣ ତୁମର ବିଶ୍ୱାସ ହେଉଛି । ସେତେବେଳେ କସାବ କେବଳ କହିଥିଲା ତୁମେ ଜିତିଗଲ । ବୋଧହୁଏ ସେତେବେଳେ କସାବର ଭାରତର ନ୍ୟାୟିକ ପ୍ରକିୟା ଉପରେ ଭରସା ଆସିଥିଲା ।

images (1)ମହାଲେ କହିଛନ୍ତି ମୁମ୍ବାଇ ହମଲାର ମୁଖ୍ୟ ଷଡଯନ୍ତ୍ରକାରୀ ହାଫିଜ ସୟଦ ବିରୋଧରେ ମଧ୍ୟ ବଳିଷ୍ଠ ପ୍ରମାଣ ରହିଛି । ଏପରିକି କସାବ ମଧ୍ୟ ମୁମ୍ବାଇ ଆକ୍ରମଣ ପାଇଁ ହାଫିଜର ନାଁ ନେଇଥିଲା । କେବଳ କସାବ ନୁହେଁ ଆବୁ ଜିନ୍ଦଲ ମଧ୍ୟ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଭାବେ ହାଫିଜ ସଇଦର ନାଁ ନେଇଥିଲା । ଏହି ମାମଲା ଏବେ କୋର୍ଟରେ ରହିଛି । ଏହାଛଡା ଏହି ମାମଲାର ସବୁଠାରୁ ବଡ ସାକ୍ଷୀ ଡେଭିଡ ହେଡଲୀ ମଧ୍ୟ ହାଫିଜକୁ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି କହିଥିଲା । ହେଡଲୀ କହିବା ଅନୁଯାୟୀ, ହାଫିଜ ଚାହୁଁଥିିଲା ପୂରା ମୁମ୍ବାଇକୁ ରକ୍ତରଞ୍ଜିତ କରିବା ପାଇଁ । ଏପରକି ଶିବସେନା ଭବନ, ମାତୋଶ୍ରୀ ଓ ସିଦ୍ଧି ବିନାୟକ ମନ୍ଦିରରେ ଆକ୍ରମଣ କରିବା ପାଇଁ ହାଫିଜ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ବୋଲି ହେଡଲୀ ନିଜ ବୟାନରେ କହିଛି ।