ପୁଣି ବୋଲ୍ଡ ଅବତାରରେ ଜରୀନ୍ ଖାନ୍ : ‘ମାହି ବେ’ ଗୀତରେ ଦର୍ଶକଙ୍କ ଉଡାଇବେ ହୋସ୍

56

‘ହେଟ୍ ଷ୍ଟୋରୀ ୩’ ସିନେମାର ସଫଳତା ପରେ ଜରୀନ୍ ଖାନ୍ ପୁଣି ଥରେ ଫେରୁଛନ୍ତି ବୋଲ୍ଡ ଅବତାରରେ । ଆଗାମୀ ସିନେମା ‘ବଜହ ତୁମ’ ର ଏକ ଗୀତ ‘ମାହି ବେ’ ରେ ଜରୀନ୍ ଖାନ୍ ବୋଲ୍ଡନେସର ସବୁ ସୀମା ପାର କରିଦେଇଛନ୍ତି । ଗୀତଟି ୨୦୦୨ ରେ ରିଲିଜ ହୋଇଥିବା ସିନେମା “କାଣ୍ଟେ’ର ହିଟ ଗୀତ “ମାହି ବେ’ ର ନୂଆ ଭର୍ସନ ।

ପୁୁରୁଣା ଗୀତରେ ମଲାଇକା ଆରୋରାଙ୍କ ପୋଲ୍ ଡାନ୍ସ ବହୁତ ଲୋକପ୍ରିୟ ହୋଇଥିଲା । ଏହି ଗୀତରେ ମଲାଇକାଙ୍କ ପରି ଜରୀନ ମଧ୍ୟ ପୋଲ୍ ଡାନ୍ସ କରୁଛନ୍ତି । ଗୀତରେ ଜରୀନ୍ ଖାନଙ୍କ ସେକ୍ସି ମୁଭ ସମସ୍ତଙ୍କ ହୋସ ଉଡାଇଦେବ । ଖବରରୁ ଜଣା ପଡିଛି ଜରୀନ୍ ଖାନ୍ ଏହି ଗୀତ ପାଇଁ କିଛି ସପ୍ତାହ ଧରି ପୋଲ ଡାନ୍ସର ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି ।