ଶେଷରେ ଫିଲ୍ମ ‘ଜବ୍ ହ୍ୟାରୀ ମେଟ୍ ସେଜଲ୍’କୁ ମିଳିଲା ୟୁଏ ସାର୍ଟିଫିକେଟ୍ !

25

ଶାହାରୁଖ ଖାଁ ଓ ଅନୁଷ୍କା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଜବ୍ ହ୍ୟାରୀ ମେଟ୍ ସେଜଲ୍’ । ଫିଲ୍ମ ନିର୍ମାତା ,ନିର୍ଦ୍ଦେଶକଙ୍କ ଠାରୁ ଆରମ୍ଭ କରି ନାୟକ ଓ ନାୟିକା , ସମସ୍ତଙ୍କର ଚିନ୍ତା ଥିଲା ଯେ ଫିଲ୍ମଟି ସେନ୍ସର ବୋର୍ଡରେ ପାଶ୍ ହେବକି ନାହିଁ । କାରଣ ଟିଜର ରିଲିଜ୍ ହେବା ପରେ ସେଥିରେ ଏକ ଅଶ୍ଳୀଳ ଶବ୍ଦର ବ୍ୟବହାର କରାଯାଇଥିବା ସେନ୍ସର ବୋର୍ଡ ପକ୍ଷରୁ ଅଭିଯୋଗ କରାଯାଇଥିଲା । ସେଥିପାଇଁ ଚିନ୍ତା ବଢିଯାଇଥିଲା କି ଫିଲ୍ମକୁ ୟୁଏ ସାର୍ଟିଫିକେଟ୍ ମିଳିବ କି ନାହିଁ । ମାତ୍ର ଏବେ ଏହି ଇଚ୍ଛା ପୂରଣ ହୋଇଯାଇଛି । ସମସ୍ତଙ୍କ ଚେହେରାରେ ଖୁସି ଝଲସି ଉଠିଛି ।

ଶୁକ୍ରବାର ଫିଲ୍ମର ଟ୍ରେଲର ଲଂଚ୍ ସମୟରେ ନିର୍ଦ୍ଦେଶକ ଇମତିଆଜ୍ ଅଲ୍ଲୀ ଏହା ପ୍ରକାଶ କରିଚନ୍ତି । ସେ କହିଥିଲେ,ଫିଲ୍ମର ସେନ୍ସର ବୋର୍ଡ ପକ୍ଷରୁ ୟୁଏ ସାର୍ଟିଫିକେଟ୍ ମିଳିଯାଇଛି । କୈାଣସି ଗୋଟିଏ ବି ଭିଜୁଆଲ୍ କଟା ଯାଇନାହିଁ । କେବଳ କିଛି ଅଡିଓ କଙ୍କ୍ କରିବା ପାଇଁ ବୋର୍ଡ ପକ୍ଷରୁ ଦାବି କରାଯାଇଥିଲା । ସେ କଟ୍ ଗୁଡିକ ଖୁବ୍ ମାଇନର୍ । ସବୁ କିଛି ଠିକ୍ ଅଛି । ତେବେ ଦେଖିବାକୁ ବାକି ରହିଲା ଯେଉଁ ଶବ୍ଦକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା , ସେହି ଶବ୍ଦଟିକୁ ରଖାଯାଇଛି କି କଟ୍ କରାଯାଇଛି ।