ଦୀପାବଳିରେ ୪ଟି ଜିଲ୍ଲାରେ ବର୍ଷା ସମ୍ଭାବନା : ପାଣିପାଗ ବିଭାଗର ପୂର୍ବାନୁମାନ

ଆଜି ଆଲୋକର ପର୍ବ ଦୀପାବଳି ।

192

କନକ ବ୍ୟୁରୋ : ଦୀପାବଳିରେ ୪ଟି ଜିଲ୍ଲାରେ ବର୍ଷା ହେବ । ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜ ଆଜି ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ପୂର୍ବ ବିହାରରରୁ ଗାଙ୍ଗେଟିକ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଏକ ଟ୍ରାପ ଲାଇନ ପ୍ରଭାବରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, କେନ୍ଦୁଝର ଓ ମୟୂରଭଂଜରେ ବର୍ଷା ହେବ ।

ଆଜି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଆନନ୍ଦ ଉଲ୍ଲାସର ସୁଅ ଛୁଟିବା ସହ ଦୀପ ଜଳାଇ ବାଣ ଫୁଟାଇ ଲୋକେ ଦିପାବଳୀର ଖୁସି ମନାଉଛନ୍ତି । ଦୀପାବଳିରେ ଘରେ ଘରେ ରଙ୍ଗୋଲି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏହା ସହ ବିଭିନ୍ନ ପ୍ରକାର ମିଷ୍ଠାନ୍ନ ପ୍ରସ୍ତୁତ କରି ଖାଇବା ସହ ଲୋକେ ଦିପାବଳିର ଖୁସି ମନାଉଛନ୍ତି । ଘରେ ଘରେ ଏଥିପାଇଁ ପ୍ରସ୍ତୁତି ଚାଲିଛି । ପ୍ରତ୍ୟେକ ଘରେ ଜୀବନ ଓ ପ୍ରତ୍ୟେକ ମୁହଁରେ ହସ ପାଇଁ ଦୀପାବଳୀ ପାଳନ କରାଯାଏ । କୁହାଯାଏ ୧୪ ବର୍ଷ ପରେ ରାମ, ରାବଣଙ୍କୁ ବଧ କରି ଦୀପାବଳୀରେ ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାବାସୀ ଘୃତ-ଦୀପ ଜାଳି ରାମଙ୍କୁ ସ୍ୱାଗତ କରିଥିଲେ । ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ନାରକାସୁରକୁ ବଧ କଲା ପରେ ତା ପରଦିନ ବ୍ରଜବାସୀ ଦୀପ ଜାଳି ଉତ୍ସବ ପାଳନ କରିଥିଲେ । ସେହି ଦିନ ମଧ୍ୟ ଥିଲା ଦୀପାବଳି ।