ଆଇପିଏଲ ସିଜିନ ନାଇନ୍ : ଆଜି ପଂଜାବ ବିରୋଧରେ ପ୍ରଥମ ଆଇପିଏଲ୍ ଖେଳିବ ଗୁଜରାଟ

39

ଆଇପିଏଲ -୯ର ମ୍ୟାଚରେ ଦିଲ୍ଲୀକୁ ମାତ୍ ଦେଇଛି କୋଲକାତା । ୯ ଉଇକେଟରେ ମ୍ୟାଚକୁ ଜିତି ନେଇଛି କେକେଆର । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା କୋଲକାତା ନାଇଟ ରାଇଡର୍ସ । ପ୍ରଥମେ ବ୍ୟାଟିଂ କରି ଜାହିର ଖାନଙ୍କ ଦିଲ୍ଲୀ ଡେୟାର ଡେଭିଲ୍ସ ମାତ୍ର ୯୮ ରନରେ ଅଲ ଆଉଟ ହୋଇଯାଇଥିଲା । ଜବାବରେ ୧୪ ତମ ଓଭରରେ ମ୍ୟାଚଟିକୁ ଜିତି ନେଇଥିଲା ଗୌତମ ଗମ୍ଭୀରଙ୍କ ଟିମ୍ । କେକେଆର ବୋଲର ଆଂଡ୍ରେ ରସେଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି ।

ସେପଟେ ଆଇପିଏଲରେ ଆଜିଠାରୁ ତାର ଅଭିଯାନ ଆରମ୍ଭ କରିବ ନୂଆକରି ସାମିଲ ହୋଇଥିବା ଗୁଜରାଟ ଲାୟନ୍ସ । ସୁରେଶ ରୈନାଙ୍କ ନେତୃତ୍ୱରେ ଏହି ଦଳ କିଙ୍ଗସ୍ ଇଲେଭେନ ପଞ୍ଜାବକୁ ଭେଟିବ । ଆଇପିଏଲ ସିଜିନ ନାଇନରେ ଦୁଇଟି ନୂଆ ଦଳ ସାମିଲ ହୋଇଥିବାବେଳେ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ମାତ ଦେଇସାରିଛି ଧୋନିଙ୍କ ରାଇଜିଂ ପୁନେ ୱାରିଅର୍ସ । ତେଣୁ ଆଜି ଗୁଜରାଟ ଦଳ ଉପରେ ନଜର ରହିବ । ପଂଜାବ ତୁଳନାରେ ଗୁଜରାଟ ଟିମରେ ଅଛନ୍ତି ଦୁର୍ଦ୍ଦଶ ବ୍ୟାଟ୍ସମ୍ୟାନ । ଆଇପିଏଲରେ ସର୍ବାଧିକ ରନ ସ୍କୋରର ରୈନାଙ୍କ ସହ ଦଳରେ ଅଛନ୍ତି ରବିନ୍ଦ୍ର ଜାଡେଜା, ବ୍ରେଣ୍ଡନ ମାକ୍କୁଲମ, ଡ୍ୟୋନ ବ୍ରାଭୋ, ଜେମ୍ସ ଫକନର ଓ ଡେଲ ଷ୍ଟେନଙ୍କ ଭଳି ଷ୍ଟାର ଖେଳାଳି । ତେଣୁ ଆଜିର ମ୍ୟାଚ ରୋମାଂଚକର ହେବା ଆଶା । ମୋହାଲିରେ ରାତି ୮ଟାରେ ଏହି ମ୍ୟାଚ ଖେଳାଯିବ ।