ନିର୍ବାଚନ ପୂର୍ବରୁ ମୋଦିଙ୍କ ପାଇଁ ଖୁସି ଖବର ! ୨୦୧୮-୧୯ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ହୋଇପାରେ ଅଭିବୃଦ୍ଧି ହାର

132

ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କ ପାଇଁ ଖୁସି ଖବର । ଚଳିତ ଆର୍ଥିକ ବର୍ଷରେ ବିକାଶ ହାର ସାତ ପ୍ରତିଶତରୁ ଅଧିକ ରହିବ ବୋଲି ଆକଳନ ହେଉଛି । କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ ( ସିଏସଓ) ଅନୁସାରେ ଆର୍ଥିକ ବର୍ଷ ୨୦୧୮-୧୯ରେ ଭାରତୀୟ ଅର୍ଥବ୍ୟବସ୍ଥା ୭.୨ ହିସାବରେ ବଢ଼ିବାର ସମ୍ଭାବନା ରହିଛି । ଯାହା ୨୦୧୭-୧୮ରେ ୬.୭ ପ୍ରତିଶତ ଥିଲା ଚଳିତ ଆର୍ଥିକ ବର୍ଷରେ ବିକାଶର ଦରରେ ସୁଧାର ଆସିବ । କୃଷି ଏବଂ ଉତ୍ପାଦନରେ ଅଭିବୃଦ୍ଧି ଏହି ସୁଧାର ପାଇଁ ସାହାଯ୍ୟ କରିବ ।

ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୭.୨% ରହିବ ବୋଲି କେନ୍ଦ୍ରୀୟ ପରିସଂଖ୍ୟାନ ସଂଗଠନ (ସିଏସ୍ଓ) ଆକଳନ କରିଛି । କୃଷି ଓ ମାନୁଫାକ୍ଚରିଂ କ୍ଷେତ୍ରରେ ପ୍ରଦର୍ଶନରେ ଉନ୍ନତି ଯୋଗୁ ଦେଶର ଅଭିବୃଦ୍ଧି ବଢ଼ିବ ବୋଲି କୁହାଯାଉ ଛି । ୨୦୧୭-୧୮ରେ ଦେଶର ଅଭିବୃଦ୍ଧି ହାର ୬.୭%, ୨୦୧୬-୧୭ରେ ୭.୧% ଓ ୨୦୧୫-୧୬ରେ ୮.୨% ଥିଲା । ଯଦି ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ସରକାରଙ୍କ ଆକଳନ ଅନୁଯାୟୀ ୭.୨% ରହିବ ତେବେ ଭାରତ ବିଶ୍ବର ଦ୍ରୁତ ଅଭିବୃଦ୍ଧିଶୀଳ ଦେଶର ମାନ୍ୟତା ବଜାୟ ରଖିପାରିବ । ଏହି ସମୟରେ କୃଷି, ଜଙ୍ଗଲ ଓ ମତ୍ସ୍ୟଚାଷ କ୍ଷେତ୍ରର ଅଭିବୃଦ୍ଧି ହାର ୩.୮%କୁ ବୃଦ୍ଧି ପାଇବ ଯାହା ପୂର୍ବବର୍ଷ ୩.୪% ଥିଲା । ସେହିପରି ମାନୁଫାକ୍ଚରିଂ କ୍ଷେତ୍ରର ଅଭିବୃଦ୍ଧି ହାର ୫.୭%ରୁ ବୃଦ୍ଧି ପାଇ ୮.୩% ହେବ ।