ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ ! ଘରୋଇ ମାଟିରେ ଟି-ଟ୍ୱେଂଟି ଶୃଙ୍ଖଳାରେ କରିଥିବା ଭୁଲ ସୁଧାରିବାକୁ ଟିମ୍ ଇଣ୍ଡିଆର ଶେଷ ସୁଯୋଗ

101

କନକ ବ୍ୟୁରୋ : ବିଶ୍ୱକପ୍ ପୂର୍ବରୁ ଦଳକୁ ସଜାଡିିବା ପାଇଁ ଟିମ୍ ଇଣ୍ଡିଆ ଆଗରେ ଶେଷ ସୁଯୋଗ । ଆଜି ଠାରୁ ଆରମ୍ଭ ହେଉଛି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍ । ସିରିଜର ପ୍ରଥମ ମ୍ୟାଚ୍ ଆଜି ଦିନ ସାଢ଼େ ଗୋଟାଏରେ ହାଇଦ୍ରାବାଦର ଉପଲ ଷ୍ଟାଡିୟମରେ ଖେଳାଯିବ । ଟି-ଟ୍ୱେଂଟି ସିରିଜ ପରାସ୍ତ ହେବା ପରେ ଭାରତୀୟ ଦଳ ପାଇଁ ଏହି ୫ ଟିକିଆ ଦିନିକିଆ ସିରିଜ୍ ଏକ ଆହ୍ୱାନ ଭାବରେ ଛିଡ଼ା ହୋଇଛି । ବିଶ୍ୱକପ୍ ପୂର୍ବରୁ ଟିମଇଣ୍ଡିଆ ପାଇଁ ଏହି ସିରିଜ ହେବ ଶେଷ ସିରିଜ୍ । ତେଣୁ ବିଶ୍ୱକପ୍ ରିହରସଲ୍ ଭାବେ ଏହି ସିରିଜକୁ ଗ୍ରହଣ କରିବ ଭାରତୀୟ ଦଳ ।

ଆଗକୁ ଆଇପିଏଲ୍ , ଏହା ପରେ ବିଶ୍ୱକପ୍ । ତେବେ ବିଶ୍ୱକପ୍ ପ୍ରସ୍ତୁତି କାରଣରୁ ଦଳର ପ୍ରମୁଖ ଖେଳାଳି ଆଇପିଏଲ୍ ବାହାରେ ରହିବେ । ପ୍ରମୁଖ ବୋଲର ମଧ୍ୟ ଖେଳିବେନି ଆଇପିଏଲ୍ । ବିଶ୍ୱକପ୍ ଟିକେଟ୍ ଆଶାରେ ଥିବା ଯୁବ ଖେଳାଳି ବିଜୟ ଶଙ୍କର, ରିସଭ ପନ୍ତ, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଲୋକଶ ରାହୁଲ, ଅମ୍ବାତି ରାୟୁଡୁଙ୍କ ପାଇଁ ଏହି ସିରିଜ୍ ବେଶ୍ ଗୁରୁତ୍ୱ ରଖିଛି । ଭଲ ପ୍ରଦର୍ଶନ କଲେ ସିଧା ମିଳିଯିବ ବିଶ୍ୱକପ୍ ଟିକେଟ୍ । ଟି ୨୦ ସିରିଜ ୨-୦ରେ ହାରିଥିବା ଭାରତ ଘରୋଇ ମାଟିରେ ଦିନିକିଆ ସିରିଜ ଜିତିବା ସମ୍ମାନର କଥା ହେବ ନିଶ୍ଚୟ । ତେଣୁ ହାଇଦ୍ରାବାଦରୁ ଟିମଇଣ୍ଡିଆ ବିଜୟ ଅଭିଯାନ ଲକ୍ଷ୍ୟରେ ରହିବ ।