ଆୟକର ବିଭାଗର ବଡ ରେଡ୍ । ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ, ୧ ମାସ ହେଲାଣି ଟଙ୍କା ଗଣୁଛନ୍ତି ଆୟକର ବିଭାଗର ଅଫିସର

1,553

ଛୋଟିଆ ସାବୁନ ଦୋକାନ ପାଲଟିଲା ଆୟକର ବିଭାଗର ଘର । ଦୀର୍ଘ ଏକମାସ ଧରି ଆୟକର ବିଭାଗର ଅଧିକାରୀ ମାନେ ସାବୁନ ଦୋକାନକୁ ନିଜର ଘର ବନାଇ ସାରିଛନ୍ତି । ସେହି ଛୋଟିଆ ଘରେ ଖାଇବା, ଶୋଇବା ଠାରୁ ଆରମ୍ଭ କରି ରାତିଦିନ ପାଳି କରି ରହୁଛନ୍ତି । ତେବେ ଏହି ଛୋଟିଆ ଦୋକାନକୁ ଆୟକର ବିଭାଗ ଘର ବନାଇବା ପଛରେ ଏକ ବଡ କାରଣ ଲୁଚି ରହିଥିଲା । ଯାହା ଏବେ ସାମ୍ନାକୁ ଆସିଛି । ଏହି ଘରେ ରହି ଆୟକର ବିଭାଗର ଅଧିକାରୀ ମାନେ ଦିନରାତି ଟଙ୍କା ଗଣିବାରେ ଲାଗିଛନ୍ତି ।

ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ଚାନ୍ଦିନୀ ଚୌକ ଅଞ୍ଚଳରେ ଥିବା ରାଜହଂସ ସାବୁନ ମିଲ୍ୱ ପ୍ରାଇଭେଟ ଲିମିଟେଡରେ ଗତ କିଛିଦିନ ପୂର୍ବେ ରେଡ କରିଥିଲା ଆୟକର ବିଭାଗ । ଡ୍ରାଇ ଫ୍ରୁଟ ଓ ସାବୁନ ବିକ୍ରି ହେଉଥିବା ଏହି ଛୋଟ ଦୋକାନରେ ଆୟକର ବିଭାଗ କାହିଁକି ଚଢାଉ କଲା ତାହା କେହି ବୁଝି ପାରିନଥିଲେ । କିନ୍ତୁ ଭିତରେ ଯାହା ହୋଇଥିଲା ତାହା ବଲିଉଡ ଫିଲ୍ମ ରେଡ ଠାରୁ ମଧ୍ୟ କମ ନଥିଲା । ୫ ନଭେମ୍ବରରେ ମିଳିଥିବା ସୂଚନା ଆଧାରରେ ଏହି ଦୋକାନରେ ଚଢାଉ ଆରମ୍ଭ କରିଥିଲା ଆୟକର ବିଭାଗ ଯାହା ଏବେ ପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି । କାରଣ ଦୋକାନ ଭିତରେ ଯାହା ଥିଲା ତାହା ଆୟକର ବିଭାଗର ଅଧିକାରୀଙ୍କୁ ଚକିତ କରି ଦେଇଥିଲା । ବାହାରୁ ଛୋଟିଆ ଦେଖାଯାଉଥିବା ଏହି ଦୋକାନ ଭିତରେ ୩୦୦ରୁ ଅଧିକ ପ୍ରାଇଭେଟ ଲକର ରହିଥିଲା । ଆଉ ଯେଉଁଥିରେ କୋଟି କୋଟି ଟଙ୍କା ଭର୍ତ୍ତି କରି ରଖାଯାଇଥିଲା ।

ଛୋଟ ଦୋକାନର ବେସମେଣ୍ଟରେ ଥିବା ୩୦୦ରୁ ଅଧିକ ପ୍ରାଇଭେଟ ଲକରରୁ ଏବେ ପର୍ଯ୍ୟନ୍ତ ୩୦ କୋଟିରୁ ଅଧିକ ଟଙ୍କା ଜବତ କରାଗଲାଣି ।ଏପରିକି ଆହୁରି ଅନେକ ଲକର ରହିଛି ଯାହା ଏଯାଏଁ ଖୋଲା ଯାଇନାହିଁ । ଏବେ ପର୍ଯ୍ୟନ୍ତ ମଧ୍ୟ ଜବତ ଟଙ୍କା ଗଣା ଚାଲିଛି । ଏପରିକି ଯେଉଁ ଲୋକଙ୍କର ଲକର ରହିଥିଲା ସେମାନଙ୍କର ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ହାସଲ କରିଛି ଆୟକର ବିଭାଗ । ଯେଉଁମାନଙ୍କୁ ଏବେ ପଚରାଉଚରା କରୁଛି ଆୟକର ବିଭାଗ ।