ବିମୁଦ୍ରାକରଣ ସମୟରେ ମୋଟା ଅଙ୍କର ଟଙ୍କା ଜମାକାରୀଙ୍କ ଉପରେ ଆୟକର ବିଭାଗର ନଜର : ଦୋଷୀଙ୍କୁ ଜରିମାନା ସହିତ ଦେବାକୁ ପଡିବ ଟ୍ୟାକ୍ସ

36

କଳାଧନ ଉପରେ ଆୟକର ବିଭାଗ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି । ଟ୍ୟାକ୍ସ ବିଭାଗ ପାଖାପାଖି ୧ ଲକ୍ଷ ବ୍ୟାଙ୍କ ଖାତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ପ୍ରସ୍ତୁତ ହେଉଛି । ଏହି ଖାତାଧାରୀମାନେ ହେଲେ ଯେଉଁମାନେ ବିମୁଦ୍ରାକରଣ ସମୟରେ ଆକାଉଣ୍ଟରେ ମୋଟା ଅଙ୍କର ଟଙ୍କା ଜମା କରିଥିଲେ, ଯାହାକୁ ନେଇ ଆୟକର ବିଭାଗ ନୋଟିସ୍ ଜାରି କରିଥିଲା । କିନ୍ତୁ ଏପର୍ଯ୍ୟନ୍ତ ତାହାର ଜବାବ ମିଳିନି ।

ଜରିମାନା ସହିତ ଦେବାକୁ ପଡିବ ଟ୍ୟାକ୍ସ : ଆୟକର ବିଭାଗର ଏଭଳି କାର୍ଯ୍ୟାନୁଷ୍ଠାନରେ ସନ୍ଦିଗ୍ଧ ଆକାଉଣ୍ଟକୁ ନେଣଦେଣର ଯାଂଚ ହେବ ଓ ଚତୁଃ ମାସିକ ଆମଦାନୀର ମୂଲ୍ୟାଙ୍କନ ହେବ । ଦୋଷୀ ସାବ୍ୟସ୍ତ ହେବା ପରେ ଜରିମାନା ସହିତ ଟ୍ୟାକ୍ସ ଦେବାକୁ ପଡିବ । ସୂଚନା ମୁତାବକ, ପାଖାପାଖି ୩ ଲକ୍ଷ ଲୋକଙ୍କ ପାଖକୁ ନୋଟିସ୍ ପଠାଯାଇଥିଲା ଓ କେବଳ ୨ ଲକ୍ଷ ଲୋକ ନୋଟିସ୍ ର ଜବାବ ଦେଇଥିଲେ । ସେଇଠି ୧ ଲକ୍ଷ ଲୋକ ଆୟକର ରିର୍ଟନ ଦାଖଲ କରିନଥିଲେ ।