ଭାରତର ଏପରି ଦୁଇଟି ସହର ରହିଛି ଯେଉଁଠାରେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ରେ କରାଯାଏ ପତାକା ଉତ୍ତୋଳନ !

199

କନକ ବ୍ୟୁରୋ : ଦେଶରେ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ ହେଉଥିବା ବେଳେ ପଶ୍ଚିମବଙ୍ଗର ଦୁଇଟି ସହର ରହିଛି ଯେଉଁଠାରେ ଅଗଷ୍ଟ ୧୮ରେ ପାଳନ କରାଯାଏ ସ୍ୱାଧୀନତା ଦିବସ । ତେବେ ସେହି ଅଞ୍ଚଳର ନାମ ରାମଘାଟ ଓ କୃଷ୍ଣସାଗର । ଯେତେ ଭାରତ ଓ ପାକିସ୍ତା ବିଭାଜନ ହୋଇଥିଲା ସେତେବେଳେ ଏହି ଦୁଇଟି ଅଞ୍ଚଳକୁ ଇଂରେଜମାନେ ଭାରତଠାରୁ ଆଲଗା କରି ପାକିସ୍ତାନରେ ମିଶାଇଥିଲେ । ସେହି ଦୁଇଟି ଅଞ୍ଚଳ ଭାରତର ହୋଇଥିବାରୁ ଯୋଗ ଦବରଦସ୍ତ ସେମାନଙ୍କୁ ପାକିସ୍ତାନରେ ମିଶାଇବାକୁ ଇଂରେଜମାନେ ଯେଉଁ ଚେଷ୍ଟା କରିଥିଲେ ସେମାନେ ସେଥିରେ ଅସଫଳ ହୋଇଥିଲେ । କାରଣ ଇଂରେଜମାନଙ୍କୁ ସେଠାରେ ପ୍ରବଳ ବିରୋଧ କରିବା ସହ ଭାରତସହ ସେହି ଅଞ୍ଚଲକୁ ମିଶାଇବା ପାଇଁ ଜିଦି ଧରିଥିଲେ ।

 

ତେଣୁ ଇଂରେଜମାନେ ବାଧ୍ୟ ହୋଇ ଅଗଷ୍ଟ ୧୮ରେ ସେମାନଙ୍କୁ ଭାରତ ସହ ମିଶାଇ ଦେଇଥିଲେ । ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ ରେ ସ୍ୱାଧୀନତା ଦିବସ ପାଳନ କରନ୍ତି । ପୂର୍ବରୁ ସେଠାକାର ଜନସାଧାରଣ ମାନେ ଅଗଷ୍ଟ ୧୮ରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦିଆଯାଉ ନଥିଲା । କାରଣ ଭାରତ ସରକାରଙ୍କ ନିୟମ ଅନୁସାରେ ସାଧାରଣ ଜନସାଧାରଣ କେବଳ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖରେ ପତାକା ଉତ୍ତୋଳନ କରିପାରିବେ । ତେବେ ପରେ ୧୯୯୧ ମସିହାରେ କେନ୍ଦ୍ର ସରକାର ପଶ୍ଚିମ ବଙ୍ଗର ସେହି ଅଞ୍ଚଳରେ ପତାକା ଉତ୍ତୋଳନ କରିବା ପାଇଁ ଅନୁମତି ଦେଇଥିଲେ ଓ ସେବେଠାରୁ ଅଗଷ୍ଟ ୧୫ ପରିବର୍ତ୍ତେ ଅଗଷ୍ଟ ୧୮ ରେ ସେଠାକାର ଲୋକମାନେ ପତାକା ଉତ୍ତୋଳନ କରୁଛନ୍ତି ।