ବିକ୍ରୀ ହେବ ଦେଶର କିମ୍ବଦନ୍ତୀ ଆର.କେ. ଷ୍ଟୁଡିଓ: କପୁର ପରିବାରର ସହମତି ପରେ ନିଆଗଲା ନିଷ୍ପତି, ଗତବର୍ଷ ଲାଗିଥିଲା ନିଆଁ

41

କନକ ବ୍ୟୁରୋ: ବିକ୍ରୀ ହେବ ଆରକେ ଷ୍ଟୁଡିଓ । କିମ୍ବଦନ୍ତୀ ବଲିଉଡ୍ ଅଭିନେତା ତଥା ନିର୍ମାତା ସ୍ୱର୍ଗତଃ ରାଜ୍ କପୁରଙ୍କ ଆରକେ ଷ୍ଟୁଡିଓକୁ ବିକ୍ରି କରାଯିବ । ଏଥି ପାଇଁ କପୁର ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ରାଜ୍ କପୁରଙ୍କ ପୁଅ ତଥା ଅଭିନେତା ଋଷି କପୁର ଏ ନେଇ ସ୍ପଷ୍ଟ କରିଛନ୍ତି ।

 

ଏକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ପରିବାରର ସମସ୍ତ ସଦସ୍ୟଙ୍କ ସହମତିରେ ଏଭଳି ନିଷ୍ପତି ନିଆଯାଇଛି । ଗତବର୍ଷ ଷ୍ଟୁଡିଓରେ ନିଆଁ ଲାଗି ଯାଇଥିଲା । କିନ୍ତୁ ଏହାକୁ ସଜାଡିବା ଲାଗି କପୁର ପରିବାର ରାଜି ହେଉନଥିବା ଜଣାପଡିଛି । ମରାମତି କାର୍ଯ୍ୟରେ ଅଯଥା ଟଙ୍କା ଖର୍ଚ୍ଚ ନକରିବାକୁ ନିଷ୍ପତି ନିଆଯାଇଥିବା ଋଷି କପୁର କହିଛନ୍ତି ।