ଜଣେ ଭଲ ଲିଡର ହେବାକୁ ହେଲେ କେଉଁ କେଉଁ ଗୁଣକୁ ଅଭ୍ୟାସରେ ପରିଣତ କରିବାକୁ ପଡିବ ଜାଣନ୍ତୁ ! 

96

ଟିମ ଲିଡର ହେବା କୌଣସି ପିଲାଖେଳ ନୁହେଁ । ଦଳର ସମସ୍ତ ସଦସ୍ୟଙ୍କ ସହ ସମୂହ ଭାବରେ କାମ କରିବା ଉଚିତ୍ । ଗୋଟିଏ ଟିମରୁ ନେତୃତ୍ୱ ନେଉଥିବାରୁ ସମସ୍ତଙ୍କ ନଜର ଥାଏ ଟିମ ଲିଡର ଉପରେ । ନିଜ ନିଜ କ୍ଷେତ୍ରରେ ସଫଳତା ଛୁଇଁବାକୁ କିଏ ନ ଚାହେଁ ? ମାତ୍ର ସଫଳତାର ଶୀର୍ଷ ଛୁଇଁବା ଏତେ ସହଜ ନୁହଁ । ସଫଳ ହେବା ପାଇଁ କଠିନ ପରିଶ୍ରମ ଜରୁରୀ । ତା’ ସହିତ ଅନ୍ୟ ଦିଗ ପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ ।

ନିଜକୁ ପ୍ରସ୍ତୁତ ରଖନ୍ତୁ- ନୂଆ କାମ ପାଇଁ ସବୁବେଳେ ନିଜକୁ ପ୍ରସ୍ତୁତ ରଖନ୍ତୁ । ନୁଆ ଚିନ୍ତାଧାରା ନେଇ କାମ କରିବା ପାଇଁ ଚେଷ୍ଟା କରନ୍ତୁ । କୌଣସି କାମ ନେଇ ସମସ୍ୟାକୁ ସହଜରେ ସମାଧାନ କରୁଥିବା ବ୍ୟକ୍ତି ହିଁ ଜଣେ ଭଲ ଲିଡର ।

ସମୟର ସଠିକ ପରିଚାଳନା – ଜଣେ ଦକ୍ଷ ଟିମ୍ ଲିଡର ହେବା ପାଇଁ ସମୟର ସଠିକ ପରିଚାଳନା କଳାକୁ ଅକ୍ତିଆର କରିବା ଜରୁରୀ । ଏହାସହ ଅଫିସ ପାଇଁ କେତେ ସମୟ ଦେବେ ଓ ପରିବାର ପାଇଁ କେତେ ସମୟ ଦେବେ ଏନେଇ ଆଗରୁ ଚିନ୍ତା କରି ନିଅନ୍ତୁ ।

ଶିଖିବା ଜାରି ରଖନ୍ତୁ – ଜୀବନରେ ଆଗକୁ ବଢ଼ିବାକୁ ହେଲେ ସବୁବେଳେ ଶିଖିବା ପ୍ରକିୟାକୁ ଜାରି ରଖନ୍ତୁ । ଯେତେ ବଡ ପଦବୀରେ ଥିଲେ ମଧ୍ୟ ଗର୍ବ ନକରି ଶିଖିବା ଚିନ୍ତାଧାରା ରଖନ୍ତୁ ।

ସାଧୁତା- ଲିଡରମାନେ ସର୍ବଦା ସାଧୁତା ଅବଲମ୍ବନ କରିବା ଉଚିତ । କାରଣ ଆପଣଙ୍କ ବ୍ୟବହାର ଦେଖି ହିଁ ଅନ୍ୟ ସଦସ୍ୟମାନେ ଆପଣଙ୍କ ଠାରୁ ଶିଖିବେ ।

ଉତ୍ସାହିତ କରନ୍ତୁ – ଜଣେ ଟିମ ଲିଡର୍ ହିସାବରେ ସବୁବେଳେ ଟିମର ସଦସ୍ୟଙ୍କୁ ଉତ୍ସାହିତ କରନ୍ତୁ । ଏପରି କରିବା ଦ୍ୱାରା ଟିମରେ କାମ କରିବା ସହଜ ହେବା ସହ ଆପଣ ଜଣେ ସଫଳ ଟିମ୍ ଲିଡର୍ ହୋଇପାରିବେ ।