ଅଟୋର କାମ କରିବ ହେଲିକପ୍ଟର : ୨ ଘଣ୍ଟାର ରାସ୍ତାକୁ ଲାଗିବ ୧୫ ମିନିଟ

61

ଭାରତର ପ୍ରଥମ ହେଲିକପ୍ଟର ଟ୍ୟାକ୍ସି ସେବା ସୋମବାର ଦିନ ବାଙ୍ଗାଲୁରୁରେ ଶୁଭାରମ୍ଭ ହୋଇଯାଇଛି । କେମ୍ପେଗୈାଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଇଲେକ୍ଟ୍ରୋନିକ ସହର ବାଙ୍ଗାଲୁରୁକୁ ପ୍ରଥମ ଉଡାଣ ଭରିବାରେ ସକ୍ଷମ ଅଛି । ଆଶା କରାଯାଉଛି କି ଏହି ସେବା ଆମକୁ ୧୫ ମିନିଟରେ ଲକ୍ଷ୍ୟ ସ୍ଥଳରେ ପହଂଚାଇବ, ଯାହା ସଡକ ପଥରେ ଆମକୁ ୨ ଘଣ୍ଟା ସମୟ ଲାଗୁଛି । ଏହି ହେଲିକପ୍ଟରରେ ପାଇଲଟ ବ୍ୟତୀତ ୬ ଜଣଙ୍କ ପାଇଁ ବସିବାର ସୁବିଧା ଅଛି । ଏହାର ମୂଲ୍ୟ ୩,୫୦୦ ଟଙ୍କା ହେବ ଓ ତା ସହ ଜିଏସଟି ମଧ୍ୟ ଲାଗୁ ହେବ ।

ହେଲି-ଟ୍ୟାକ୍ସି ସହରରେ ଥମ୍ବି ଏଭିଏସନ ଦ୍ୱାରା ଆରମ୍ଭ କରାଯାଉଛି । ଏହି ସେବା ୬.୩୦ରୁ ୯.୩୦ ଓ ୩.୦୦ରୁ ୬.୧୫ ପର୍ଯ୍ୟନ୍ତ ବ୍ୟବସାୟ ସମୟରେ ସୁବିଧା ଯୋଗାଇ ଦେବ । ବର୍ତ୍ତମାନ ଏହି ସେବା କେବଳ ବାଙ୍ଗାଲୁରୁ ବିମାନ ବନ୍ଦର ଓ ଇଲେକ୍ଟ୍ରୋନିକ ସହର ପର୍ଯ୍ୟନ୍ତ ଉପଲବ୍ଧ ଅଛି । ବିମାନ ବନ୍ଦରରୁ ଶଟଲ ସେବା ଇଲେକ୍ଟ୍ରୋନିକ ସହରରୁ ଆରମ୍ଭ ହେବ । ସହରରେ ୯୦ଟି ହେଲି ପ୍ୟାଡ ଡିଜିସିଏଙ୍କ ଅନୁମୋଦନ ପ୍ରତୀକ୍ଷାରେ । କାରଣ ସେସବୁ ଅନୁମୋଦିତ ହେଲେ ଏହି ସେବାକୁ ଧୀରେ ଧୀରେ ବିସ୍ତାର କରାଯିବ । କାର୍ଯ୍ୟକ୍ରମର ପ୍ରକ୍ରିୟା, ସ୍ଥାନ ଓ କାର୍ଯ୍ୟକ୍ରମର ଯୋଜନା ଆଜିଠୁ ଆରମ୍ଭ ହେବ । ଥମ୍ବି ଏଭିଏସନ ଚିକମାଗାଲୁରୁ ଓ କୁର୍ଗ ଭଳି ପର୍ଯ୍ୟଟନ ସ୍ଥଳୀରୁ ହେଲିକପ୍ଟର ସେବା ଆରମ୍ଭ କରିବାର ଯୋଜନା କରୁଛି ।

“ଇଲେକ୍ଟ୍ରୋନିକ ସହର ଓ ଏଚଏଏଲରୁ ଯାତ୍ରୀଙ୍କୁ ନେବା ଆଣିବା କରିବା ବ୍ୟତୀତ କୁର୍ଗ, ବାୟନାଡ ଏବଂ ଚିକମାଗାଲୁରୁକୁ ବି ପ୍ୟାକେଜ ଦେବାର ସୁବିଧା କରାଯିବ ।”, ଗୋବିନ୍ଦ ନାୟର କହିଛନ୍ତି । ୧୪ ଫେବୃୟାରୀରେ ବାଙ୍ଗାଲୁରୁ ରୁ କିଛି ଭାଗ୍ୟଶାଳୀ ଯୋଡିଙ୍କୁ ରେଡିଓରେ ଭେଲେଣ୍ଟାଇନ ଡେ ଥିମରେ ହୋଇଥିବା ପ୍ରତିଯୋଗିତା ମାଧ୍ୟମରେ ହେଲି-ଟ୍ୟାକ୍ସିର ଅନୁଭବ କରିବାର ସୁଯୋଗ ମିଳିଲା ।

ଯଦ୍ୟପି ବାଙ୍ଗାଲୁରୁର ଟ୍ରାଫିକ ସମସ୍ୟାରୁ କୈାଣସି ବିରତି ମିଳିନଥିବା ବେଳେ ଆସନ୍ତା ମାସରେ କେମ୍ପାଗୈାଡା ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଘରକୁ ଫେରିବା କିଛି ମାତ୍ରାରେ ସହଜଗାମୀ ହେବ, ଯଦି ଆପଣ ଟଙ୍କା ଖର୍ଚ୍ଚ କରିବା ପାଇଁ ଚାହୁଁଛନ୍ତି ।