ଶରୀରରେ ଏଭଳି କିଛି ସମସ୍ୟା ଦେଖାଯାଉଥିଲେ ଆପଣାନ୍ତୁ ଏହି ଗୋଟିଏ ଉପଚାର ! ପୁନର୍ବାର ଆଉ ହଇରାଣରେ ପଡିବେ ନାହିଁ ।

87

ଖରା ହେଉ କି ଶୀତ କିଛି ଲୋକଙ୍କ ଶରୀରରୁ ଝାଳ ଅନର୍ଗଳ ଭାବରେ ବୋହିଥାଏ । ତେବେ ଏହି ଝାଳ ଶରୀରରେ ବିଶେଷ ପ୍ରକାରର ପ୍ରଭାବ ମଧ୍ୟ ପକାଇଥାଏ । ଖାସ୍ କରି ସମ୍ବେଦନଶୀଳ ଅଙ୍ଗରେ ଘା’ ଏବଂ କାଛୁକୁଣ୍ଡିଆ ଭଳି ସମସ୍ୟା ମଧ୍ୟ ଦେଖାଯାଏ । ଏଭଳି ଅନେକ ସମସ୍ୟାରେ ଆପଣ ମଧ୍ୟ ପଡିଥିବେ । ସେ ପୁରୁଷ ହୁଅନ୍ତୁ କି ମହିଳା ଏଭଳି ସମସ୍ୟା ଅଧିକାଂଶକୁ କବଳିତ କରିଥାଏ । କିଛି ଲୋକଙ୍କ ଅନ୍ତଃବସ୍ତ୍ରରେ ଭୁଲ୍ ଚୟନ ହେତୁ ଏଭଳି ସମସ୍ୟା ମଧ୍ୟ ଦେଖାଯାଏ । ତେବେ ଏଭଳି ସମସ୍ୟା କାହିଁକି ଦେଖାଯାଏ ଆସନ୍ତୁ ଜାଣିବା ।

ଆମେ ବାହାରୁ ଖାଉଥିବା ଫାଷ୍ଟଫୁଡ୍ ଖାଇବାକୁ ପାଟିକୁ ଭଲଲାଗେ,କିନ୍ତୁ ଏଥିରେ ଅଧିକ ମାତ୍ରାରେ ଭେଜାଲ୍ ମାଲ୍ ମିଶୁଥିବାରୁ ଏହା ଶରୀର ପାଇଁ ଏକପ୍ରକାର ଜହର ଭଳି କାମ କରିଥାଏ । ଏହି ଫାଷ୍ଟଫୁଡ୍ ରେ ମିଶିଥିବା ରାସାୟନିକ ପଦାର୍ଥ ଝାଳ ଦ୍ୱାରା ଶରୀରରୁ ବାହାରିଥାଏ । ତେବେ ସମ୍ବେଦନଶୀଳ ଅଙ୍ଗରୁ ବାହାରୁଥିବା ଝାଳ ଶୀଘ୍ର ଶୁଖିନଥାଏ ତେଣୁ ଏହା ଶୁଖିବାବେଳେ ଖୁବ୍ ଜୋରରେ କୁଣ୍ଡାଇ ହୁଏ ଯାହାକୁ କୁଣ୍ଡାଇବା ଫଳରେ ଏହା ଚାରିଆଡେ ବ୍ୟାପିଯାଇ ଘା’ ହୋଇଯାଏ । ତେବେ ଆପଣଙ୍କ କ୍ଷେତ୍ରରେ ଯଦି ଏଭଳି କିଛି ସମସ୍ୟା ଦେଖାଯାଉଛି ତେବେ ‘ଭି’ ସେପରି ଅନ୍ତଃବସ୍ତ୍ର ପିନ୍ଧିବା ବନ୍ଦ କରନ୍ତୁ ଏବଂ ନିୟମିତ ଡେଟଲରେ ଉକ୍ତ ସ୍ଥାନକୁ ସଫା ରଖନ୍ତୁ । ଏବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ସବୁଦିନ ପାଇଁ ନିସ୍ତାର ପାଇବେ କିପରି ।

୧. ଏକପାତ୍ରରେ ଦୁଇଗ୍ଲାସ୍ ପାଣି ନେଇ ସେଥିରେ ଖଣ୍ଡେ ଛେଚା ଅଦା ଏବଂ ୨ ରୁ ୩ ଟି ତୁଳସୀପତ୍ରକୁ ଛେଚି ପକାଇଦିଅନ୍ତୁ ।

୨. ଏହି ପାଣିକୁ ଭଲଭାବରେ ଫୁଟାଇ ସେଥିରେ ଡାଲଚିନି ଗୁଣ୍ଡ ପକାଇ ଫୁଟାନ୍ତୁ ।

୩. ଏହି ଦୁଇଗ୍ଲାସ୍ ପାଣି ଫୁଟି ଫୁଟି ଯେତେବେଳେ ଏକଗ୍ଲାସ୍ ହୋଇଯିବ ସେତେବେଳେ ଏହାକୁ ବାହାରକୁ ଆଣି ଭଲ ଭାବରେ ଛାଣି ନିଅନ୍ତୁ ।

୪. ଏହି ପାଣିରେ ଲେମ୍ବୁ ରସ ଏକ ଚାମଚ ଏବଂ ମହୁ ଏକ ଚାମଚ ମିଶାନ୍ତୁ । ଏହି ପାଣିକୁ ପିଅନ୍ତୁ ।

୫. ସପ୍ତାହକୁ ଦୁଇଥର ଲେଖା ଏହି ପାଣି ପିଅନ୍ତୁ ଆପଣଙ୍କ ଠାରେ ଏଭଳି ସମସ୍ୟା ଆଉ ଦେଖାଯିବନାହିଁ ।