ଶରୀର ପାଇଁ ଲାଭକାରୀ ଗରମ କ୍ଷୀର : ସକାଳେ ଓ ସନ୍ଧ୍ୟାରେ ପିଅନ୍ତୁ କ୍ଷୀର, ସବୁ ସମସ୍ୟା ହେବ ଦୂର

ଥକାପଣ ଏବଂ ଭଲ ନିଦ ହେବା ପାଇଁ ପିଅନ୍ତୁ ଗରମ କ୍ଷୀର

160

ପିଲା ହୁଅନ୍ତୁ କି ବୁଢ଼ା, ସମସ୍ତଙ୍କ ପାଇଁ କ୍ଷୀର ଲାଭଦାୟକ ହୋଇଥାଏ । ବିଶେଷ କରି ଶୀତଦିନେ ଲୋକମାନେ ଥଣ୍ଡା ଜ୍ୱରରୁ ବଞ୍ଚିବା ପାଇଁ ଗରମ କ୍ଷୀର ପିଇଥାନ୍ତି । ଏଥିରେ ଥିବା ପ୍ରୋଟିନ, କାର୍ବୋହାଇଡ୍ରେଟ୍, ଭିଟାମିନ୍ ଏବଂ ମିନେରାଲ୍ସ ଶରୀରକୁ ପୋଷଣ ଦେବା ସହ ସୁସ୍ଥ ରଖିଥାଏ । ଏବେ ଆସନ୍ତୁ ଜାଣିବା ଗରମ କ୍ଷୀରରୁ ଶରୀରକୁ ମିଳୁଥିବା ଫାଇଦା ବିଷୟରେ ।

• ଗରମ କ୍ଷୀର ସକାଳ କିମ୍ବା ସଂନ୍ଧ୍ୟା ସମୟରେ ପିଇବା ଉଚିତ୍ । ସକାଳ ସମୟରେ କ୍ଷୀର ପିଇବା ଦ୍ୱାରା ଦିନ ସାରା ଫୁର୍ତ୍ତି ଲାଗିଥାଏ ଏବଂ ସଂନ୍ଧ୍ୟା ସମୟରେ କ୍ଷୀର ପିଇବା ଦ୍ୱାରା ଆଖି ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ଗରମ କ୍ଷୀରକୁ ରାତି ସମୟରେ ପିଉଛନ୍ତି । ତେବେ କ୍ଷୀରରେ ଥିବା ପୋଷକ ତତ୍ତ୍ୱଗୁଡ଼ିକ ଶରୀରକୁ ଭଲ ଭାବରେ ମିଳିପାରିଥାଏ ।

• ଭୁଲରେ ମଧ୍ୟ ସକାଳ ସମୟରେ ଖାଲି ପେଟରେ କ୍ଷୀର ପିଅନ୍ତୁ ନାହିଁ । ଏହା ଦ୍ୱାରା ପେଟଜନିତ ସମସ୍ୟା ଦେଖାଯାଇଥାଏ । ବୃଦ୍ଧ ଲୋକମାନେ ମଧ୍ୟାହ୍ନ ସମୟରେ କ୍ଷୀର ପିଇପାରିବେ ।

• କ୍ଷୀରରେ ଚିନି ମିଶାଇ ପିଇବା ଅପେକ୍ଷା ସେଥିରେ ମହୁ ବା ଗୁଡ଼ ମିଶାଇ ପିଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ ।

• ଯଦି ଆପଣଙ୍କ ଆଣ୍ଠୁ-ଗଣ୍ଠିର ସମସ୍ୟା ରହିଛି । ତେବେ ହଳଦୀ ମିଶାଇ କ୍ଷୀର ପିଇବା ଆରମ୍ଭ କରନ୍ତୁ ।

• ରାତି ସମୟରେ ଠିକ୍ ଭାବରେ ନିଦ ହେଉନଥିଲେ ଗରମ କ୍ଷୀର ପିଇ ଶୋଇବା ଆରମ୍ଭ କରନ୍ତୁ । ଏହା ଦ୍ୱାରା ନିଦ ଭଲ ହେବା ସହ ଥକାପଣ ମଧ୍ୟ କମ ହୋଇଥାଏ ।