ନବଜାତ ଶିଶୁ କନ୍ୟାର ରେକର୍ଡ : ଶିଶୁକୁ ଜନ୍ମ ହେବାର ୨ ଘଣ୍ଟା ଭିତରେ ହିଁ ମିଳିଗଲା ସମସ୍ତ ଦସ୍ତାବିଜ୍ । ଆଧାର ଠାରୁ ଆରମ୍ଭ କରି ପାସପୋର୍ଟ ପର୍ଯ୍ୟନ୍ତ

ରମୈୟାର ଜନ୍ମ ୧୨ ଡିସେମ୍ବରକୁ ଗୁଜରାତର ସୁରତରେ ହୋଇଥିଲା ।

228

ଗୁଜରାତର ଜଣେ ନବଜାତ ଶିଶୁ ନିଜ ଜନ୍ମର ୨ ଘଣ୍ଟା ଭିତରେ ହିଁ ଆଧାର ଠାରୁ ଆରମ୍ଭ କରି ପାସପୋର୍ଟ ପର୍ଯ୍ୟନ୍ତ ସମସ୍ତ ଦସ୍ତାବିଜ୍ ମିଳିଗଲା । ସୁରତର ଏହି ନବଜାତ ଶିଶୁର ପିତାଙ୍କ ସ୍ୱପ୍ନ ଥିଲା କି ନିଜ ଶିଶୁକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଜିଟାଲ ଭାରତ ସହିତ ଯୋଡିବାର ଥିଲା । ମାତା-ପିତା ନିଜ ଶିଶୁର ନାମ ରମୈୟା ରଖିଛନ୍ତି ।

ରମୈୟା ଆଧାର, ରାଶନ କାର୍ଡ ଓ ପାସପୋର୍ଟ ପାଇଁ ନାମାଙ୍କନ କରିଥିବା ସବୁଠାରୁ କମ୍ ବୟସର ଭାରତୀୟ ବନିଯାଇଛି । ରମୈୟାର ଜନ୍ମ ୧୨ ଡିସେମ୍ବରକୁ ଗୁଜରାତର ସୁରତରେ ହୋଇଥିଲା । ଏକ ଇଂରାଜୀ ସମାଚାର ଚ୍ୟାନେଲକୁ ତାଙ୍କ ପିତା କହିଛନ୍ତି କି, “ଅଧିକାରୀଙ୍କ ସହାୟତାରେ ମୁଁ ନିଜ ସ୍ୱପ୍ନ ପୁରା କରିବାରେ ସଫଳ ହେଲି । ମତେ ଆଶା ଅଛି ଯେ, ମୋ ଝିଅ ଏଥିପାଇଁ ଗର୍ବିତ ହେବ କି ସେ ନିଜ ଜନ୍ମରୁ ହିଁ ଡିଜିଟାଲ ଇଣ୍ଡିଆକୁ ଆପଣାଇଥିଲା ”ା ସୂଚନାଯୋଗ୍ୟ, ରମୈୟାର ମାତା-ପିତା ଜନ୍ମ ପୂର୍ବରୁ ହିଁ ସମସ୍ତ ପ୍ରସ୍ତୁତି କରିସାରିଥିଲେ । ନବଜାତ ଶିଶୁର ମା’ କହିଲେ କି, ପ୍ରଥମେ ନବଜାତ ଶିଶୁର ଜନ୍ମ ପ୍ରମାଣ ପତ୍ର ତିଆରି ହେଲା ଏବଂ ତା’ପରେ ଅନ୍ୟ ଦସ୍ତାବିଜ୍ ପ୍ରସ୍ତୁତ କରାଗଲା ।