ରଣକ୍ଷେତ୍ର ପାଲଟିଲା ବଣଭୋଜି ! ଉମରକୋଟରେ ନୂଆବର୍ଷ ଭୋଜିରେ ଗୋଷ୍ଠୀ ସଂଘର୍ଷର ଭିଜୁଆଲ ଭାଇରାଲ

21

କନକ ବ୍ୟୁରୋ : ନୂଆବର୍ଷ ଭୋଜି ପାଲଟିଲା ରଣକ୍ଷେତ୍ର । ନବରଙ୍ଗପୁର ଉମରକୋଟ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ଭିଜୁଆଲ ଭାଇରାଲ ହୋଇଛି । ଏହି ଭିଜୁଆଲରେ ଗୋଟିଏ ଗୋଷ୍ଠୀର ଯୁବକମାନେ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଗୋଡାଇ ଗୋଡାଇ ମାଡ ମାରୁଥିବା ଦେଖିବାକୁ ମିଳିଛି । ସହର ନିକଟ ଉମରକୋଟ ଖଡକା ଡ୍ୟାମ ଅଂଚଳର ଏହି ଭିଜୁଆଲ ବୋଲି ଅନୁମାନ କରାଯାଉଛି ।

ଏହି ଭିଡିଓ ଭାଇରାଲ ହେବା ପରେ ସହରରେ ଚାପା ଉତେଜନା ଦେଖାଦେଇଛି । ଖଡକା ଡ୍ୟାମ ନିକଟରେ ଭୋଜି କରୁଥିବା ବେଳେ ଉମରକୋଟ ସହରର କିଛି ଯୁବକ ଓ ନିକଟସ୍ଥ ମୁର୍ତୁମା ଗାଁର କିଛି ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଦେଖୁ ଦେଖୁ ଏହା ଉଗ୍ର ରୂପ ଧାରଣ କରିଥିଲା । ଦୁଇ ଗୋଷ୍ଠୀର ଯୁବକ ପରସ୍ପରକୁ ମାଡ ମାରିବାକୁ ଲାଗିଥିଲେ । ତେବେ ଏହି ଘଟଣାକୁ ନେଇ ଉମରକୋଟ ସହରର ଏକ ଯୁବକ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଛି ।