କ୍ୟାନସର ଆଶଙ୍କା ଦୂର କରିବ ସାଲାଡ । ଜାଣନ୍ତୁ ଭୋଜନରେ ନିୟମିତ ବ୍ୟବହାର କରିବେ କ’ଣ 

82

ସାଲାଡ ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକର । ଅଧିକାଂଶ ଲୋକ ସାଲାଡ ଖାଇବାକୁ ପସନ୍ଦ କରନ୍ତି । ସାଲାଡରେ ରହିଛି ଶରୀର ପାଇଁ ଅନେକ ଉପକାରୀ ଉପାଦାନ । ତେବେ ଏହାର ଉପକାରିତା ନେଇ ଅନେକ ଥର ଗବେଷଣା କରାଯାଇଛି ।

ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ଖାଦ୍ୟରେ ସବୁଜ ପତ୍ରଯୁକ୍ତ ସାଲାଡ ବ୍ୟବହାର କରିଥାନ୍ତି, ସେମାନଙ୍କ ମସ୍ତିଷ୍କ ଅଧିକା ୧୧ବର୍ଷ ସତେଜ ରହିପାରେ । ଏହି ତଥ୍ୟ ଦେଇଛି ଆମେରିକାର ରସ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ । ସେମାନଙ୍କ କହିବା ଅନୁସାରେ, ଯେଉଁମାନେ ପ୍ରତିଦିନ ସବୁଜ ପତ୍ରଯୁକ୍ତ ପନିବରିବା ଖାଇଥାନ୍ତି ସେମାନଙ୍କର ସ୍ମୃତିଶକ୍ତି କ୍ଷମତା ଅଧିକ । ଏହା ଖାଉନଥିବା କିମ୍ବା ସାମୟକ ଖାଉଥିବା ଲୋକଙ୍କ ପାଖରେ ସ୍ମୃତିଶକ୍ତି ଅପେକ୍ଷାକୃତ କମ ହୋଇଥାଏ ।

ସବୁଜ ପତ୍ରଯୁକ୍ତ ସାଲାଡ ଏବଂ ପରିବା ଖାଇବା ଓଜନ ନିୟନ୍ତ୍ରଣ ତଥା ମେଦବହୁଳତା କମାଇବା ପାଇଁ ଉପଯୋଗୀ । କାରଣ, ଏଥିରେ ଖୁବ କମ୍ ପରିମାଣରେ କ୍ୟାଲୋରୀ ଥାଏ । ଫ୍ୟାଟ ପରିମାଣ କମ ହେବା ସହିତ ଅଧିକ ତନ୍ତୁ ରହିଥାଏ । ଏହା କ୍ୟାନସର ହେବାର ଆଶଙ୍କା ଦୂରକରେ ।  ନିଜ ଖାଦ୍ୟରେ ପ୍ରତିଦିନ ସବୁଜ ପରିବା ଅନ୍ତର୍ଭୁକ୍ତ କଲେ ହୃଦରୋଗର ଆଶଙ୍କା ୧୧ ପ୍ରତିଶତ କମ ହୋଇଥାଏ ବୋଲି ଗବେଷଣାରୁ ଜଣାପଡିଛି । ପତ୍ରଜାତୀୟ ଖାଦ୍ୟରେ ଥିବା ପ୍ରାକୃତିକ ଫାଇବର ଯୋଗୁ ପେଟ ପୂରି ରହିଥିବା ପରି ଅନୁଭବ ହୁଏ ଏବଂ ଅଧିକ ଭୋକ ଲାଗେନାହିଁ ।