ପାର୍ବଣ ଋତୁରେ ଶସ୍ତାରେ ସୁନା କିଣିବାର ସୁଯୋଗ ! ୧୫ ଅକ୍ଟୋବରରୁ ଆରମ୍ଭ ହେବ ଯୋଜନା, ଅଧିକ ଲାଭ ସହ ସୁଯୋଗର ଲାଭ ଉଠାନ୍ତୁ . . .

63

ଆସୁଛି ପାର୍ବଣ ଋତୁ । ଆଉ ଏହି ସମୟରେ ସୁନା କାରବାର ଅନ୍ୟ ଦିନ ଅପେକ୍ଷା ବଢ଼ିଯାଏ । ଲୋକେ ପାର୍ବଣ କ୍ଷତୁରେ ହିଁ ଅଧିକ ସୁନା କିଣିବାର ଦେଖିବା ପାଇଁ ମିଳେ । ଉପହାର ସ୍ୱରୂପ ହେଉ କିମ୍ବା ଘର ପାଇଁ ହେଉ ଲୋକ ସୁନା କିଣିବା ପାଇଁ ପସନ୍ଦ କରନ୍ତି । ତେବେ ଟଙ୍କା ଅଭାବରୁ ସମସ୍ତଙ୍କ ପାଇଁ ସୁନା କିଣିବା ସମ୍ଭବପର ହୋଇପାରେ ନାହିଁ । ତେବେ ଚଳିତ ପାର୍ବଣ କ୍ଷତୁରେ ଆପଣଙ୍କ ସୁଯୋଗ ଆଣିଛନ୍ତି ସରକାର । ସରକାର ଆପଣଙ୍କୁ ଗୋଲ୍ଡ ବଣ୍ଡ ସାହାଯ୍ୟରେ ସୁନା କିଣିବାର ସୁଯୋଗ ଦେଉଛନ୍ତି ।

www.ndtv.com

ସବୁଠାରୁ ବଡ଼ କଥା ହେଲା ଆପଣ କିଣିଥିବା ସୁନା ଉପରେ ସୁଧ ମଧ୍ୟ ଦେବେ ସରକାର । ସରକାର ରିଜର୍ଭ ବ୍ୟାଙ୍କ୍ ସହ ଆଲୋଚନା କରି ଗୋଲ୍ଡ ବଣ୍ଡ ଯୋଜନା, ୨୦୧୮-୨୦୧୯ ଜାରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୧୫ ଅକ୍ଟୋବର ଠାରୁ ୧୯ ଅକ୍ଟୋବର ପର୍ଯ୍ୟନ୍ତ ତାରିଖ ଚୂଡ଼ାନ୍ତ କରାଯାଇଛି । ଏହି ଯୋଜନା ଅନୁସାରେ ୧ ଗ୍ରାମ ଠାରୁ ଆରମ୍ଭ କରିି ୪ କିଲୋଗ୍ରାମ ପର୍ଯ୍ୟନ୍ତ ଆପଣ ଗୋଲ୍ଡ ବଣ୍ଡ କିଣିପାରିବେ । ଏହି ଯୋଜନାରେ ନିବଶେ ଉପରେ ଆପଣଙ୍କୁ ୨.୫ ପ୍ରତିଶତ ବାର୍ଷିକ ସୁଧ ମିଳିବ ।

କେଉଁଠୁ କିଣିବେ ସୁନା ?

ଷ୍ଟକ ହୋଲ୍ଡିଂ କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ଼୍, ଡାକଘର, କିଛି ସ୍ୱତନ୍ତ୍ର ମାନ୍ୟତା ପାଇଥିବା ଶେୟାର ବଜାର ଆଦିକୁ ଏହି ଯୋଜନାର କାର୍ଯ୍ୟକାରୀତା ପାଇଁ  ଜରିଆ କରାଯିବ । ଯୋଜନାର ପ୍ରଥମ ପର୍ଯ୍ୟାୟ ୧୫ ଅକ୍ତୋବରରୁ ଆରମ୍ଭ ହୋଇ ୧୯ ଅକ୍ଟୋବରରେ ଶେଷ ହେବ । ଦ୍ୱିତୀୟ ପର୍ଯ୍ୟାୟ ୫ ନଭେମ୍ବରରେ ଆରମ୍ଭ ହୋଇ ୯ ନଭେମ୍ବରରେ ବନ୍ଦ ହେବ । ଏହାପରେ ୨୪ ଡିସେମ୍ବରରେ ଆରମ୍ଭ ହୋଇ ୧୮ ଡିସେମ୍ବରରେ ବନ୍ଦ ହୋଇଯିବ ଯୋଜନା ।

ଆପଣମାନେ ଜାଣନ୍ତି ସବୁବେଳେ ସୁନାର ଚାହିଦା ବୃଦ୍ଧି ହେବା ସହ ଦର ମଧ୍ୟ ଲଗାତାର ବୃଦ୍ଧି ପାଉଛି । ତେବେ ଏହି ଯୋଜନାରେ ସୁନା କିଣିଲେ ଆପଣଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଆପଣ ବ୍ରାଣ୍ଡ ଆଧାରରେ ଋଣ ମଧ୍ୟ ନେଇପାରିବେ । ୨୦୧୫ରେ ଆରମ୍ଭ ହୋଇଥିଲା ଏହି ଯୋଜନା । ସୁନା ବର୍ଦ୍ଧିତ ଚାହିଦାକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଥଲା । ଘରେ ରଖିବା ପରିବର୍ତ୍ତେ ଆପଣ ସୁନାକୁ ଗୋଲ୍ଡ ବଣ୍ଡରେ ନିବେଶ କଲେ ଟାକ୍ସ ମଧ୍ୟ ବଂଚାଇ ପାରିବେ ।