କେନ୍ଦ୍ରୀୟ ବିଦ୍ୟାଳୟରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି : ଆଶାୟୀ ପ୍ରାର୍ଥୀ ଏଭଳି କରନ୍ତୁ ଆବେଦନ

78

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ପ୍ରଧାନଶିକ୍ଷକ, ଟିଜିଟି, ପିଜିଟି, ପାଠାଗାର ପରିଚାଳକ ଓ ଉପ-ପ୍ରଧାନାଚାର୍ଯ୍ୟ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଏହାର ଅନଲାଇନ ପଂଜିକରଣ ୨୪ ଅଗଷ୍ଟ, ୨୦୧୮ରେ ଆରମ୍ଭ ହେବ । ଆଶାୟୀ ପ୍ରାର୍ଥୀ ୧୩ ଡିସେମ୍ବର, ୨୦୧୮ କିମ୍ବା ତା’ ପୂର୍ବରୁ ଆବେଦନ କରିପାରିବେ । ଏପର୍ଯ୍ୟନ୍ତ ଶିକ୍ଷାଗତ ଯୋଗ୍ୟତା, ପାଠ୍ୟକ୍ରମ, ପରୀକ୍ଷା ତିଥି ଓ ତତ୍ ସମ୍ବନ୍ଧୀୟ ସୂଚନାର ବିବରଣୀ ଜାରି କରାଯାଇନାହିଁ । ପିଆରଟି ପଦ ପାଇଁ ଆବେଦକଙ୍କ ସର୍ବାଧିକ ବୟସ ସୀମା ୩୦ ବର୍ଷ ହେବା ଉଚିତ୍ ଓ ଏହି ଟିଜିଟି ଓ ପାଠାଗାର ପରିଚାଳକ ପଦ ପାଇଁ ୩୫ ବର୍ଷ ଅଛି । ସେହିଭଳି ପିଜିଟି ଓ ଉପ-ପ୍ରଧାନ ପଦ ପାଇଁ ସର୍ବାଧିକ ବୟସ ସୀମା ୪୦ ଓ ୪୫ ବର୍ଷ ରହିଛି ।

ଅଫିସିଆଲ ୱେବସାଇଟ୍ kvsangathan.nic.in ରେ ପ୍ରାର୍ଥୀ ଅନଲାଇନ ଆବେଦନ କରିପାରିବେ ।

ଖାଲି ପଦବୀର ବିବରଣୀ :

• ପ୍ରଧାନଶିକ୍ଷକ : ୭୬

• ଉପ-ପ୍ରଧାନଶିକ୍ଷକ : ୨୨୦

• ପିଜିଟି : ୫୯୨

• ଟିଜିଟି : ୧୯୦୦

• ପାଠାଗାର ପରିଚାଳକ : ୫୦

• ପିଆରଟି : ୫୩୦୦

• ପିଆରଟି(ସଂଗୀତ) : ୨୦୧

ଅନ୍ୟ ଏକ ବିକାଶ କାର୍ଯ୍ୟକ୍ରମରେ ଅର୍ଥ ମନ୍ତ୍ରଣାଳୟର କ୍ୟାବିନେଟ୍ କମିଟି ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ମଂଜୁରୀ ଦେଇଛନ୍ତି । ଏହି ୧୩ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ବାନ୍ଦା(ଉତ୍ତର ପ୍ରଦେଶ), ୱାଶିମ(ମହାରାଷ୍ଟ୍ର), ଚକପିକରୋଙ୍ଗ(ମଣିପୁର), ପରଭାନୀ(ମହାରାଷ୍ଟ୍ର), ନବାଦା(ବିହାର), ମିର୍ଜାପୁର(ଉତ୍ତର ପଦେଶ), ଭଦୋହୀ(ଉତ୍ତର ପ୍ରଦେଶ), ପଲାମୁ(ଝାରଖଣ୍ଡ), ସିଦ୍ଧିପେଟ(ତେଲେଙ୍ଗାନା), କୁଦାମଲକଣ୍ଟ(କର୍ଣ୍ଣାଟକ), ସିଆଇସିଏଫ ସୂରଜପୁର(ଉତ୍ତର ପ୍ରଦେଶ), ଦେବକୁଣ୍ଡ(ବିହାର) ଓ ବାଓଲି(ଉତ୍ତର ପ୍ରଦେଶ) ରେ ଖୋଲାଯିବ ।