ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବାକୁ ଅସ୍ୱୀକାର କଲେ ଗୀତା ମେହେଟ୍ଟା ! ନିର୍ବାଚନ ଥିବାରୁ ସମ୍ମାନର ସହ କଲେ ପ୍ରତ୍ୟାଖ୍ୟାନ

430

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହେଟ୍ଟାଙ୍କ ସମେତ ୩ ଜଣ ଓଡ଼ିଶାଙ୍କୁ ୨୦୧୯ ବର୍ଷରେ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ହେଲେ ଭାରତ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଥିବା ପଦ୍ମଶ୍ରୀ ସମ୍ମାନକୁ ଗ୍ରହଣ କରିବା ପାଇଁ ମନା କରି ଦେଇଛନ୍ତି ଗୀତା ମେହଟ୍ଟା । ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଗୀତା ମେହେଟ୍ଟାଙ୍କୁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ତେବେ ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ବାକି ଥିବାରୁ ଏହି ସମୟରେ ସମ୍ମାନ ଗ୍ରହଣ କରିବାକୁ ଉଚିତ ମନେ କରିନାହାନ୍ତି ଗୀତା ମେହଟ୍ଟା ।

ଏପରିକି ଏହାକୁ ନେଇ ଭୁଲ୍ ବୁଝାମଣା ସୃଷ୍ଟି ହେବ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ଏଥିସହ ସସମ୍ମାନେ ସେ ପଦ୍ମଶ୍ରୀ ପୁରସ୍କାରକୁ ଅଗ୍ରାହ୍ୟ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଏବଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ ଗୀତା ମେହଟ୍ଟା । ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହେବା ପରେ ଚର୍ଚ୍ଚା ଆରମ୍ଭ ହୋଇଥିଲା, ଆମେରିକାରେ ରହୁଥିବା ଜଣେ ପ୍ରବାସୀ ଭାବେ ତାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି ।