ଦୃଢ଼ ଇଚ୍ଛା ଶକ୍ତି ଆଗରେ ମୁଣ୍ଡ ନୁଆଁଇଲା ଦାରିଦ୍ର୍ୟତା : ଚା’ ବାଲା ପୁଅ ହେଲେ ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮

62

କୁହାଯାଏ, ଯଦି ଆପଣଙ୍କ ଭିତରେ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତି ଅଛି ତେବେ ଆଗକୁ ବଢ଼ିବାକୁ କେହି ଅଟକାଇ ପାରିବେ ନାହିଁ । ଭୋପାଲରେ ରହୁଥିବା ଫରହାନ କୁରୈଶୀ ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮ର ଟ୍ରଫି ହାସଲ କରି ଏହା ସାବ୍ୟସ୍ତ କରିଦେଇଛନ୍ତି । ଫରହାନ ପ୍ରାରମ୍ଭରୁ ହିଁ ମଡେଲିଂ ପ୍ରତି ଆକର୍ଷିତ ଥିଲେ । କିନ୍ତୁ ପରିବାର ଲୋକ ତାଙ୍କ ମଡେଲିଂ କରିବା ବିରୋଧରେ ଥିଲେ, ସେଥିପାଇଁ ସେ ତାଙ୍କ ପରିବାରକୁ ନଜଣାଇ ଲୁଚିଛପି ମଡେଲିଂ କରୁଥିଲେ ।

ଏକ ସାକ୍ଷାତକାରରେ ଫରହାନ କହିଛନ୍ତି “ମୋ ବାପା ମଡେଲିଂ ବିରୋଧରେ ଥିଲେ, ମୋତେ କେବେ କୌଣସି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇନଥିଲେ । ୨ ବର୍ଷ ପର୍ଯ୍ୟନ୍ତ ମୁଁ ମୋର ବାପାଙ୍କ ସହ ଚା’ ଷ୍ଟଲରେ କାମ କଲି । କିନ୍ତୁ ଏହାପରେ ମୁଁ ଜିମ ଯିବା ସହ ପର୍ସନାଲିଟି ଡେଭଲପମେଂଟ କ୍ଲାସେସ ମଧ୍ୟ ଆରମ୍ଭ କଲି ।”

ତେବେ ନିଜର ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ବଳରେ ହିଁ ଫରହାନ ଅନ୍ତିମରେ ମିଷ୍ଟର ନ୍ୟାସନାଲ ୟୁନିର୍ଭସ ଶିରୋନାମା ହାସଲ କରିଛନ୍ତି । ଫରହାନଙ୍କ ବାପା ଫରିଦ କୁରୈଶୀ ଭୋପାଲରେ ଚା’ ବ୍ୟବସାୟ କରନ୍ତି । ଏହାଛଡା, ଫରହାନ ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଭାରତର ପ୍ରତିନିଧିତ୍ୱ କରିବେ । ମିଷ୍ଟର ନ୍ୟାସନାଲ ୟୁନିଭର୍ସ ୨୦୧୮ର ଟ୍ରଫି ଜିତିବା ପରେ ଫରହାନ ଖୁବ ଉତ୍ସାହିତ ଅଛନ୍ତି । ଭୋପାଲ ପହଂଚିବା ପରେ ସେ ତାଙ୍କ ସାଙ୍ଗସାଥି ଓ ପରିବାରଙ୍କ ସହ ଉତ୍ସବ ପାଳନ କରିଛନ୍ତି ।

ଫରହାନ କହିଥିଲେ କି ସେ କାର୍ଯ୍ୟକ୍ରମ ଆରମ୍ଭ ହେବାର ଏକ ଘଣ୍ଟା ପୂର୍ବରୁ ତାଙ୍କ ବାପା ତାଙ୍କୁ ଫୋନରେ ପ୍ରତି ମୂହୁର୍ତ୍ତରେ ତାଙ୍କ ସହିତ ରହିବେ ବୋଲି ଉତ୍ସାହିତ କରିଥିଲେ । ତାଙ୍କ ବାପାଙ୍କ ସହଯୋଗ ହିଁ ତାଙ୍କୁ ପ୍ରସ୍ତୁତିରେ ସାହାଯ୍ୟ କରିଥିଲା। ମିଷ୍ଟର ନ୍ୟାସନାଲ ୟୁନିର୍ଭସ ୨୦୧୮ ଶିରୋନାମା ହାସଲ କରିବା ପରେ ଫରହାନ ନିଜ ଖୁସିକୁ ଫେସବୁକ ଜରିଆରେ ସେୟାର କରିଛନ୍ତି ।