ଜାଣିଛନ୍ତି କି ? ଅତ୍ୟଧିକ ପାଣି ପିଇବା ଆପଣଙ୍କ ପାଇଁ ହୋଇପାରେ କ୍ଷତିକାରକ! ତେବେ ପଢ଼ନ୍ତୁ କାହା ପାଇଁ କ୍ଷତିକାରକ ଓ କାହା ପାଇଁ ହିତକର ।

142

ପାଣି ପିଇବା ସୁସ୍ଥ ଶରୀର ପାଇଁ ନିହାତି ଜରୁରୀ । ପାଣି ପିଇବା ଦ୍ୱାରା ଶରୀରକୁ ବହୁତ ଉର୍ଜା ମିଳିଥାଏ । ସେଥିପାଇଁ ଡାକ୍ତର ବି ଅତ୍ୟଧିକ ପାଣି ପିଇବା ପାଇଁ ପରାମର୍ଶ ଦିଅନ୍ତି । ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର ଥିଲେ ବି କାହା କାହା ପାଇଁ ଏହା ଅସ୍ୱାସ୍ଥ୍ୟକର ଥାଏ । ଏମିତିରେ ଯଦି କାହାର ଡାଇବେଟିସ ଅଛି, ତେବେ ତାଙ୍କ ପାଇଁ ଅତ୍ୟଧିକ ପାଣି ପିଇବା କ୍ଷତିକାରକ ହୋଇପାରେ । ଡାଇବେଟିସ, ଥାଇରଏଡ ଓ ରକ୍ତଚାପ ରୋଗୀଙ୍କ ପାଇଁ ଅଧିକ ପାଣି ପିଇବା କ୍ଷତିକାରକ ହୋଇଥାଏ । ଏହି ରୋଗରେ ଗ୍ରସ୍ତ ରୋଗୀଙ୍କର କିଡନୀ ସମସ୍ୟା ସୃଷ୍ଟି ହୁଏ ।

 

ଅଧିକ ପାଣି ପିଇଲେ ଏମିତି ରୋଗୀଙ୍କ ଶରୀର ଫୁଲିଯାଏ । ଏହାଦ୍ୱାରା କିଡନୀ ଉପରେ ଚାପ ପଡୁଥିବାରୁ କିଡନୀ ଖରାପ ହୋଇଯାଏ । ଯଦି ଆପଣ ଚିନ୍ତିତ ଅଛନ୍ତି, ତେବେ ନେଫ୍ରୋଲୋଜି ବିଭାଗର ଡାକ୍ତରଙ୍କ ସହ ସଂପକଁ କରନ୍ତୁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ପାଣିର ମାତ୍ରା ନିର୍ଦ୍ଧାରିତ କରନ୍ତୁ । ଯଦ୍ୱାରା ଶରୀର ସୁସ୍ଥ ରହିବ । ଯଦି କାହାର ଦୁଇଟି କିଡନୀ ଖରାପ ଅଛି, ତେବେ ଡାଇବେଟିସକୁ ନିୟନ୍ତ୍ରଣ କରି କିଡନୀ ପ୍ରତ୍ୟାରୋପଣ କରାଯାଇପାରିବ । ଏଥିପାଇଁ ୧୮ରୁ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ପରିବାରର କୈାଣସି ସଦସ୍ୟ କିଡନୀ ଦାନ କରିପାରିବେ ।