ସଫଳତା ଆଗରେ ହାରମାନିଛି ଭିନ୍ନକ୍ଷମତା ! ଜାଣନ୍ତୁ ଏହି କଳାକାରଙ୍କ ସଂପର୍କରେ. . .

49

ମନୁଷ୍ୟ ଜୀବନରେ ଭିନ୍ନକ୍ଷମତା ହେଉଛି ସବୁଠାରୁ ବଡ ଅଭିଶାପ । ଏହା ଜଣେ ବ୍ୟକ୍ତିକୁ ଅନ୍ୟମାନଙ୍କଠାରୁ ପୃଥକ କରି ହୃଦୟ ଭିତରେ ଏକ ହୀନମନ୍ୟତାର ଭାବ ସୃଷ୍ଟି କରିଥାଏ ବୋଲି କହିଲେ କିଛି ଭୁଲ ହେବନାହିଁ ।

ତେବେ ଏପରି ଅନେକ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ରହିଛନ୍ତି ଯେଉଁମାନେ ନିଜର ଭିନ୍ନକ୍ଷମତାକୁ ଶକ୍ତି କରି ଜୀବନକୁ ସଫଳ କରି ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି । ଭିନ୍ନକ୍ଷମତା ଯେ ମନୁଷ୍ୟକୁ କ୍ଷମତାଶାଳୀ ହେବାର ଏକ ଭିନ୍ନ ବାଟ ଦେଖାଏଁ ବରଂ ମନୁଷ୍ୟକୁ ଆହୁରୀ ଶ୍ରେଷ୍ଠ କରେ ଯାହା ଏମାନେ କରି ଦେଖାଇଛନ୍ତି । ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ . . .

ରାଣା ଦଗ୍ଗୁବତି– ବାହୁବଳୀ ସିନେମା ପାଇଁ ସମସ୍ତଙ୍କ ପ୍ରିୟପାତ୍ରର ଅଧିକାର ହୋଇଥିବା ରାଣା ଦଗ୍ଗୁବତି ଯେ ଜଣେ ଭିନ୍ନକ୍ଷମ ଅଟନ୍ତି ତାହା ପ୍ରାୟତଃ ଖୁବ୍ କମ୍ ଲୋକଙ୍କୁ ଜଣାଥିବ । ତେବେ ଆପଣ ଜାଣିଲେ ଚକିତ ହେବେ କି ତାଙ୍କର ଡାହାଣ ଆଖିକୁ କିଛି ଦେଖାଯାଏ ନାହିଁ । କିନ୍ତୁ ଏହାସବୁ ସତ୍ୱେ ବି ତାଙ୍କର ଏହି ଦୁର୍ବଳତାକୁ ସେ କେବେ ନିଜ ଜୀବନରେ ଭାରି ହେବାକୁ ଦେଇ ନାହାଁନ୍ତି ।

ହ୍ରିତିକ୍ ରୋଶନ-ହ୍ୟାଣ୍ଡସମ ଅଭିନତା ହ୍ରିତିକ୍ ରୋଶନ ନିଜର ଯୁବାବସ୍ଥାରେ ସଠିକ୍ କଥା କହିବାରେ ଅସୁବିଧା ଭୋଗୁଥିଲେ ପରବର୍ତ୍ତୀ ସମୟରେ ସେ ଏହା ପାଇଁ ଚିକିତ୍ସିତ ହୋଇଥିଲେ ।

ସୁଦ୍ଧା ଚନ୍ଦନ– ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୁଦ୍ଧା ଯେ କି ଘରେ ଘରେ ଅନେକ ଶାଶୂ ବୋହୂ ଧାରାବାହିକଠାରୁ ଆରମ୍ଭ କରି ସିନେମା ଦ୍ୱାରା ସମସ୍ତଙ୍କ ପ୍ରିୟ ହୋଇପାରିଛନ୍ତି । ସେ ଏକ ଦୁର୍ଘଟଣା ଯୋଗୁଁ ନିଜ ଡାହାଣ ପାଦ ହରାଇବସିଥିଲେ । ମାତ୍ର ଏହା ତାଙ୍କ ସଫଳତା ଆଗରେ ହାର ମାନିଛି ।

ସୁବାସ କପୁର– ଜଲି ଏଲଏଲବି ନିର୍ମାତା ସୁବାସ କପୁର ମାତ୍ର ୫ବର୍ଷ ବୟସରେ ନିଜର ବାମ ହାତ ହରାଇବସିଥିଲେ । ଦୁଇ ମହଲା ଛାତରୁ ପଡିଲାପରେ ତାଙ୍କର ଗୋଟିଏ ହାତ ନଷ୍ଟ ହୋଇଯିବା କାରଣରୁ କଟା ଯାଇଥିଲା । ମାତ୍ର ଏହା ସତ୍ୱେ ସୁବାସ ଆଜି ଜଣେ ଶ୍ରେଷ୍ଠ ସିନେମା ନିର୍ମାତା ।

ଅଭିଶେଷ ବଚ୍ଚନ– ବଚ୍ଚନ ପରିବାରର ଉତ୍ତରାଧିକାରୀ ଅଭିଶେଷଙ୍କୁ ପିଲାବେଳେ ଅକ୍ଷର ଚିହ୍ନିବାରେ ବହୁତ ଅସୁବିଧା ହେଉଥିଲା । ଡାକ୍ତରଙ୍କ ମତରେ ସେ ‘ଡିସ୍ଲେକ୍ସିଆ’ରୋଗରେ ଆକ୍ରାନ୍ତ ଥିଲେ ।

କଙ୍ଗନା ରଣାୱତ– ମନଖୋଲି ସବୁକଥା ବେଧଡକ କହିପାରୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ନିଜ ପିଲାବେଳେ କଥା କହିବାବେଳେ ଅସୁବିଧାର ସମ୍ମୁଖୀନ ହେଉଥିଲେ ବୋଲି ମିଳିଥିବା ସୂଚନାରୁ ଜଣା ପଡିଛି ।