ଘର ଛାଡ଼ି ହୋଟେଲରେ କାହିଁକି ରହୁଛନ୍ତି ଶାହିଦ୍ ?

34

ସଂଜୟ ଲୀଳା ଭଂସାଲୀଙ୍କ ‘ପଦ୍ମାବତୀ’ ପାଇଁ ଫିଲ୍ମର କଳାକାର ଓ କ୍ରୁ ମେମ୍ବରମାନେ ଖୁବ୍ ବ୍ୟସ୍ତ । ସମସ୍ତେ ଲାଗିପଡିଛନ୍ତି ସୁଟିଂ କାମରେ । ଖବର ଅନୁସାରେ, ଫିଲ୍ମ ସିଟିର ରାସ୍ତାରେ ଟ୍ରାଫିକର ଭିଡ଼ରୁ ମୁକ୍ତି ପାଇଁ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋଣ ଏକାଠି ସେହି ଫିଲ୍ମ ସିଟି ପାଖରେ ରହୁଛନ୍ତି ।

ଏବେ ଖବର ଆସିଛି ଯେ , ଶାହିଦ୍ କପୁର ମଧ୍ୟ ଜୁହୁରେ ଥିବା ନିଜ ଘର ଛାଡି ଗୋରେଗାଁଓର ଫାଇଭ୍ ଷ୍ଟାର ହୋଟେଲରେ ରହୁଛନ୍ତି । ସୁଟିଂରେ ଯେମିତି କିଛି ଅସୁବିଧା ନହୁଏ , ଏଥିପାଇଁ ସେ ଏମିତି କରିଛନ୍ତି । ଶାହିଦ୍ ଘରୁ ବାହାରି ସୁଟିଂ ସେଟରେ ପହଁଚିବାକୁ ଅଯଥାରେ ସମୟ ବରବାଦ୍ କରିବାକୁ ଚାହୁଁନଥିଲେ । ସୁଟିଂ ପୂରା ସରିବା ଯାଏ ଶାହିଦ୍ ସେହି ହୋଟେଲରେ ରହିବେ ।

ଏକ ଖବର କାଗଜର ସୂଚନା ଅନୁସାରେ, ପ୍ରତିଦିନ ଯିବା ଆସିବାରେ ଶାହିଦଙ୍କର ବାଟରେ ୪ଘଣ୍ଟା ବରବାଦ୍ ହେଉଥିଲା । ସେ ପ୍ରତିଦିନ ସକାଳୁ ଶୀଘ୍ର ସୁଟିଂ ଆରମ୍ଭ ହୋଇ ଖୁବ୍ ରାତି ଯାଏ ଚାଲୁଛି । ଏହି ଫିଲ୍ମରେ ଶାହିଦ୍ ଦୁଇଟି ଲୁକ୍ ରେ ଆସୁଛନ୍ତି । ଏଥିପାଇଁ ଅଧିକ ସମୟ ଦେବା ତାଙ୍କ ପାଇଁ ଖୁବ୍ ଜରୁରୀ । ସୁଟିଂ ଚାଲିଥିବା ଏହି ଫିଲ୍ମ ‘ପଦ୍ମାବତୀ’ ୧୭ ନଭେମ୍ବରକୁ ବଡ଼ ପରଦାକୁ ଆସିବ ।