ନିଶ୍ଚିତ ରୋଜଗାରର ନାରା ! ବଜେଟର ଦିନକ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ଦେଲା ଚମତ୍କାର ପ୍ରସ୍ତାବ

31

କନକ ବ୍ୟୁରୋ : ଆସନ୍ତାକାଲି ସାଧାରଣ ବଜେଟ୍ । ଏହା ପୂର୍ବରୁ ଆଜି ସଂସଦରେ ଉପସ୍ଥାପିତ ହୋଇଛି ଅର୍ଥନୈତିକ ସର୍ଭେ ରିପୋର୍ଟ । ଚଳିତ ବର୍ଷ ଅଭିବୃଦ୍ଧି କେତେ ରହିଛି ଏବଂ ଆସନ୍ତା ଆର୍ଥିକ ବର୍ଷରେ କେତେ ରହିବ ସେନେଇ ରିପୋର୍ଟ ଦେଇଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ।

୨୦୧୭-୧୮ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି ହାର ୬.୭୫ ରୁ ୭.୫ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ତେବେ ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ହ୍ରାସ ପାଇବ । ଏପରିକି ଜିଡିପି ହାର ୭.୧ ପ୍ରତିଶତ ରହିବ ବୋଲି ରିପୋର୍ଟରେ କୁହାଯାଇଛି । ଏହା ଗତ ଆର୍ଥିକ ବର୍ଷଠାରୁ କମ୍ ରହିଛି । ୨୦୧୫-୧୬ରେ ଏହା ୭.୬ ପ୍ରତିଶତ ଥିଲା ।

ସର୍ଭେ ରିପୋର୍ଟରେ ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ଅନେକ ଚ୍ୟାଲେଂଜ ଥିବା ଦର୍ଶାଯାଇଛି । ଜିଡିପି ଅଭିବୃଦ୍ଧି ପାଇଁ ଶ୍ରମ ଏବଂ ଟିକସ ବ୍ୟବସ୍ଥାରେ ସୁଧାର ଆଣିବାକୁ ପ୍ରସ୍ତାବ ରହିଛି । ନଜର ପକାନ୍ତୁ ୨୦୧୭-୧୮ ବର୍ଷ ପାଇଁ ଅର୍ଥନୈତିକ ସର୍ଭେ ରିପୋର୍ଟରେ କଣ ଆକଳନ କରାଯାଇଛି :

– ୨୦୧୭-୧୮ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୬.୭୫ରୁ ୭.୫ ପ୍ରତିଶତ ରହିବା ସମ୍ଭାବନା

– ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୭.୧ ପ୍ରତିଶତ ରହିବ

– ବିମୁଦ୍ରାକରଣ ଯୋଗୁଁ ବ୍ୟାଙ୍କ ସୁଧ ହାର କମ୍ ରହିବା ସମ୍ଭାବନା

– ରିମନିଟାଇଜେସନ୍ ଦ୍ୱାରା ଟଙ୍କା କଟକଣା ଏପ୍ରିଲ୍-୨୦୧୭ ରୁ ସ୍ୱାଭାବିକ ହେବ ।

– ଚଳିତ ଆର୍ଥିକ ବର୍ଷରେ କୃଷି ଅଭିବୃଦ୍ଧି ହାର ୪.୧ ପ୍ରତିଶତ ରହିବ । ୨-୧୫-୧୬ରେ ଏହା ୧.୨ ପ୍ରତିଶତ ଥିଲା ।

– ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଏବଂ ତେଲ ଦର କମ୍ ଯୋଗୁଁ ରାଜକୋଷକୁ ଲାଭ ମିଳିବା ସମ୍ଭାବନା

– ବସ୍ତୁ ଏବଂ ସେବା କର (ଜିଏସଟି) ଦ୍ୱାରା ରାଜକୋଷକୁ ଲାଭ ମିଳିବାକୁ ସମୟ ଲାଗିବ

– ୨୦୧୬-୧୭ ର ବ୍ୟବସାୟ କ୍ଷେତ୍ରରେ ଅଭିବୃଦ୍ଧି ହ୍ରାସ ପାଇ ୫.୨ ପ୍ରତିଶତ ରହିପାରେ । ୨୦୧୫-୧୬ ବର୍ଷରେ ଏହା ୭.୪ ପ୍ରତିଶତ ଥିଲା ।

ଇକୋନୋମିକ୍ ସର୍ଭେ ରିପୋର୍ଟ ହେଉଛି ଦେଶର ଅର୍ଥନୈତିକ ବ୍ୟବସ୍ଥାର ରିପୋର୍ଟ । ଗତ ବର୍ଷ ଦେଶର ଅଭିବୃଦ୍ଧି ହାର କେତେ ଥିଲା ଏବଂ ଆଗାମୀ ବର୍ଷ କେତେ ରହିବ । କେଉଁ କ୍ଷେତ୍ରରେ କେତେ ନିବେଶ ହୋଇଛି, କାହାର କେତେ ବିକାଶ ହୋଇଛି, କେଉଁ ଯୋଜନାକୁ କିଭଳି କାର୍ଯ୍ୟକାରୀ କରାଗଲା ଏବଂ ଆସନ୍ତା ବର୍ଷ ପାଇଁ କଣ କଣ ଯୋଜନା ରହିଛି । ଏସବୁର ରିପୋର୍ଟ ହେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ ।