ଶୀଘ୍ର ଶୋଇ ଶୀଘ୍ର ଉଠିବା ଉଚିତ୍ ! ଜାଣନ୍ତୁ ଏହାର କାରଣ

58

ଆୟୁର୍ବେଦରେ ଉଲ୍ଲେଖ ଅଛି ଶୀଘ୍ର ଶୋଇ କି ସଅଳ ଉଠିବା ଠିକ୍ । ସେଥିପାଇଁ ରାତିରେ ୧୦.୩୦ ପୂର୍ବରୁ ଶୋଇବା ଉଚିତ୍ । ଫଳରେ ଭୋରୁ ଉଠିହେବ । ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ । ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍ ନୁହେଁ । ଏହା ଫଳରେ ଲୁଜ୍ ମୋସନ୍ ମଧ୍ୟ ହୋଇପାରେ । ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ସବୁି ଦିନ କରିବେ । ପର୍ବ ଅଛି କହି ଅଳସୁଆ ହୋଇଯିବା ଉଚିତ୍ ନୁହେଁ । ନିଜ ଡାଏଟରେ ଫାଇବର୍ ପରିମାଣ ବଢାନ୍ତୁ । ଲୁଣ କମ୍ ଖାଆନ୍ତୁ । ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍ଡ ମିଲକ୍ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ ।

ଆମେ ଯାହା ବି ଖାଉଛୁ ,ସେସବୁ ହାଇଜେନିକ୍ ହେବା ଦରକାର । ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ । ସେଥିପାଇଁ ମନେ ରଖନ୍ତୁ ଯେତେ କାମ ଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍ । ଆମେ ଭାବୁକି ହଁ ଆଜି ପର୍ବ ଅଛି, ଆଜି ଦିନକ ମିଠା ଖାଇଦେବା । କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ । ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ । ତେଣୁ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା । ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ସମ୍ଭାବନା ରହିଛି । ରାତ୍ରିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ । ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର । ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର ।