ଆମ୍ବେଦକରଙ୍କ ନାଁ ଆଗରେ ଲାଗିବ ରାମଜୀ ଶବ୍ଦ! ଯୋଗୀ ସରକାରଙ୍କ ବଡ ନିଷ୍ପତ୍ତି

51

ବର୍ତ୍ତମାନ ଉତ୍ତର ପ୍ରଦେଶର ସବୁ ରାଜକୀୟ ଅଭିଲେଖରେ ବାବା ସାହେବ ଡା.ଭିମରାଓ ଆମ୍ବେଦକରଙ୍କ ନାଁ ଆଗରେ ରାମଜୀ ଲେଖାଯିବାକୁ ନିଷ୍ପତ୍ତି କରାଯାଇଛି । ଏହାଦ୍ୱାରା ନାମରେ ସାମାନ୍ୟ ପରିବର୍ତ୍ତନ ହୋଇ ଡା.ଭିମରାଓ ରାମଜୀ ଆମ୍ବେଦକର ହେବ । ସାମାନ୍ୟ ପ୍ରଶାସନ ବିଭାଗ ପକ୍ଷରୁ ବୁଧବାର ଏହା ଉପରେ ଶାସନାଦେଶ ଜାରୀ କରାଗଲା ।

ସାମାନ୍ୟ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ଜିତେନ୍ଦ୍ର କୁମାରଙ୍କ କହିବାନୁଯାୟୀ ରାଜ୍ୟପାଳ ରାମ ନାୟକ ସରକାରଙ୍କୁ ସମ୍ବିଧାନର ଅଷ୍ଟମ ଅନୁସୂଚୀର ଏକ କପି ପଠାଇଥିଲେ ଯେଉଁଥିରେ ବାବା ସାହେବ ନିଜର ହସ୍ତାକ୍ଷର ଦେବାକୁ ଯାଇ ଡା.ଭିମରାଓ ରାମଜୀ ଆମ୍ବେଦକର ଲେଖିଛନ୍ତି ।

ରାଜ୍ୟପାଳ ସରକାରଙ୍କ ଧ୍ୟାନ ଆକୃଷ୍ଟ କରିବାକୁ ଯାଇ କହିଥିଲେ ବାବା ସାହେବଙ୍କ ନାଁ ଭୁଲ ରୂପେ ଲେଖା ଯାଇଆସୁଅଛି । ଏହାକୁ ତୁରନ୍ତ ଠିକ କରାଯାଉ । ଏହାପରେ ଶାସନାଦେଶ ଜାରି ହୋଇ ସରକାରୀ ସ୍ତରରେ ତାଙ୍କ ନାମ ଡା.ଭିମରାଓ ରାମଜୀ ଆମ୍ବେଦକର ଲେଖିବାକୁ ନିର୍ଦ୍ଧେଶ ଦିଆଗଲା ।ସୂଚନାନୁସାରେ ଆଗ୍ରା ସ୍ଥିତ ଡା.ଭିମରାଓ ଅମ୍ବେଦକର ବିଶ୍ୱବିଦ୍ୟାଳୟ ନାମରୁ ଅମ୍ବେଦକର ହଟାଇ ଆମ୍ବେଦକର କରିବାକୁ ପୂର୍ବରୁ ହିଁ ନିର୍ଦ୍ଦେଶ ଜାରି କରାଯାଇଛି ।