ବର୍ଷାଦିନେ ଜ୍ୱରରେ ପୀଡିତ ଥିଲେ ଅବହେଳା ନ କରି ଆପଣାନ୍ତୁ ଏହାର ସଠିକ୍ ଉପଚାର ! ଉପସମ ମିଳିବ ।
ବର୍ଷାଦିନେ ଅନେକ ଲୋକ ଜ୍ୱରାକ୍ରାନ୍ତ ହୋଇଥାନ୍ତି। ସେମାନେ ଏହାକୁ ସାଧାରଣ ଜ୍ୱର ମନେକରି ବିଶେଷ ଧ୍ୟାନ ଦେଇ ନ ଥାନ୍ତି । କିନ୍ତୁ ଏହାକୁ ମାମୁଲି ମନେ କରି ଅବହେଳା କରିବା ବି ଘାତକ ସାବ୍ୟସ୍ତ ହୋଇପାରେ। ବର୍ଷା ଋତୁରେ ଡେଙ୍ଗୁ ଓ ମ୍ୟାଲେରିଆର ଆଶଙ୍କା ଅଧିକ ଥାଏ। ଏହି ସମୟରେ ନିଜର ଛୋଟ ଅସାବଧାନତା ଡେଙ୍ଗୁ ଓ ମ୍ୟାଲେରିଆରେ ପୀଡ଼ିତ ହେବାର ଆଶଙ୍କାକୁ ଏଡ଼ାଇ ନ ପାରେ। ବିଶେଷଜ୍ଞମାନଙ୍କ ଅନୁଯାୟୀ,ଏଥିରୁ ରକ୍ଷା ପାଇବା ଲାଗି ମଶାମାନଙ୍କୁ ଦୂରେଇ ରଖିବାକୁ ପଡ଼ିବ।
Kanak News is now on WhatsApp
Join and get latest news updates delivered to you via WhatsApp
ଡେଙ୍ଗୁ ଜ୍ୱର ଏଡିସ ମଶା କାମୁଡ଼ିଲେ ହୋଇଥାଏ। ଜୁଲାଇରୁ ଅକ୍ଟୋବର ମାସ ଯାଏଁ ବର୍ଷା ହେବା ଯୋଗୁଁ ଏହି ମଶା ବିପୁଳ ମାତ୍ରାରେ ବଢ଼ିଥାନ୍ତି। ଏଡିସ ମଶା କାମୁଡିଲେ ରକ୍ତରେ ଡେଙ୍ଗୁର ଭୂତାଣୁ ପଶିଯାଏ। ଡେଙ୍ଗୁ ଜ୍ୱର ହେବା ମାତ୍ରେ ମୁଣ୍ଡବିନ୍ଧା ସହିତ ମାଂସପେଶୀ ଓ ଗଣ୍ଠିରେ ଦରଜ ହୋଇଥାଏ। ଏହାଫଳରେ ଶରୀର ଦୁର୍ବଳ ହୋଇଥାଏ , ଭୋକ ଲାଗି ନଥାଏ। ଶରୀରର ବିଭିନ୍ନ ଅଙ୍ଗ ଖାସ୍ କରି ମୁହଁ ,ବେକ ଓ ଛାତିରେ ଲାଲ୍ -ଗୋଲାପି ରଙ୍ଗର ଦାଗ ଦେଖିବାକୁ ମିଳିଥାଏ।
କୁହାଯାଏ ଯେ ଡେଙ୍ଗୁ ଜ୍ୱରର ପ୍ରଶମନ ଲାଗି କୌଣସି ଆଣ୍ଟିବାୟୋଟିକ୍ସ ନାହିଁ। ଏଣୁ ମଶା ନ ହେବା ଓ ମଶା ନ କାମୁଡିବା ଉପରେ ଯଥେଷ୍ଟ ସତର୍କ ରୁହନ୍ତୁ।