ଡାକ୍ତରଙ୍କ ହୋସ୍ ଉଡିଗଲା, ଯେତେବେଳେ ଯୁବକଙ୍କ ପେଟରୁ ମିିଳିଲା ବ୍ରଶ, ସାମନାକୁ ଆସିଲା ଏହି କାହାଣୀ

197

ଦିଲ୍ଲୀ ଏମ୍ସରେ ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଏଠି ଜଣେ ଯୁବକ ପେଟ ବ୍ୟଥାର ଅଭିଯୋଗ ନେଇ ଡାକ୍ତରଙ୍କ ପାଖକୁ ଆସିଲା । ଯେତେବେଳେ ଡାକ୍ତର ତାଙ୍କ ଯାଂଚ କଲେ ହୋସ ଉଡିଗଲା । ଯାଂଚରେ ଜଣାପଡିଲା କି, ଯୁବକଙ୍କ ପେଟରେ ଟୁଥବ୍ରଶ ଫସିଯାଇଛି । ପୀଡିତଙ୍କ ନାମ ଆବିଦ୍ ଓ ସେ ଦିଲ୍ଲୀର ନିବାସୀ । ତାଙ୍କୁ ପଚାରିବାରୁ ସେ କହିଲେ କି, ପୂର୍ବରୁ ବି ତାଙ୍କୁ ପେଟ ବ୍ୟଥାର ଅଭିଯୋଗ ଥିଲା ।

ଏଥିରୁ ମୁକ୍ତି ପାଇବା ପାଇଁ ସେ ଜଣେ ବାବାଙ୍କ ପରାମର୍ଶ ନେଲେ କି, ଟୁଥ ବ୍ରଶରେ ଗଳା ପର୍ଯ୍ୟନ୍ତ ସଫା କଲେ, ଏହି ସମସ୍ୟାର ସମାଧାନ ହୋଇଯିବ । ଏହାପରେ ନ ବୁଝି ବାବାର ପରାମର୍ଶ ମାନି ବ୍ରଶରେ ସଫା କଲେ । ତେବେ ବ୍ରଶ ତାଙ୍କ ହାତରୁ ଖସି ଆହାର ନଳୀ ଦେଇ ପେଟ ଭିତରକୁ ପହଂଚିଗଲା । ତା’ପରେ ଆବିଦଙ୍କୁ ଗମ୍ଭୀର ଅବସ୍ଥାରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଗଲା । ଏଠି ଡାକ୍ତର ଏଣ୍ଡୋସ୍କୋପି କରି ପେଟରୁ ବ୍ରଶ ବାହାର କଲେ । ଡାକ୍ତର କହିଲେ କି, ଯଦି ବ୍ରଶ ବାହାର କରିବାରେ ବିଳମ୍ବ ହୋଇଥାଅ।।ନ୍ତା, ତେବେ ଅନ୍ତନଳୀ ଫାଟି ଯାଇଥାନ୍ତା । ଏହା ପୂର୍ବରୁ ମଧ୍ୟ ଏମିତି ମାମଲା ଶୁଣିବାକୁ ମିଳିଛି । ଆଗ୍ରା ନିବାସୀ ଗୌରବଙ୍କ ପେଟରେ ବ୍ରଶ ଫସିଯାଇଥିଲା ।