ଛାଡପତ୍ର ହୋଟେଲ : ଯେଉଁଠି ଦମ୍ପତି ପ୍ରବେଶ କରନ୍ତି ବିବାହିତ, କିନ୍ତୁ ପ୍ରସ୍ଥାନ କରିବା ବେଳକୁ ହୋଇଯାଏ ଛାଡପତ୍ର

50

ବିବାହ ପୂର୍ବରୁ ଦମ୍ପତି ହୋଟେଲକୁ ଯିବା କିଛି ଅସାମାନ୍ୟ ନୁହେଁ, କିନ୍ତୁ ସେମାନେ ଏବେ ଛାଡପତ୍ର ପାଇଁ ବି ହୋଟେଲକୁ ଯାଉଛନ୍ତି । ବିବାହ ପାଇଁ ସ୍ୱତନ୍ତ୍ର ହୋଟେଲ ଥିବା କଥା ଆପଣ ଶୁଣିଥିବେ । କିନ୍ତୁ ଆପଣ ଛାଡ଼ପତ୍ର ହୋଟେଲ ବିଷୟରେ ଆଗରୁ କେବେ ଶୁଣିଛନ୍ତି କି ?

ଛାଡପତ୍ର ହୋଟେଲ ଏମିତି ଏକ ଉଦ୍ୟମ ଯେଉଁଠି ଏକ ସପ୍ତାହ ମଧ୍ୟରେ ଦମ୍ପତି ବିବାହିତ ସ୍ଥିତିରେ ହୋଟେଲ ମଧ୍ୟକୁ ପ୍ରବେଶ କରନ୍ତି ଓ ହୋଟେଲରୁ ଛାଡପତ୍ର ନେଇ ବାହାରନ୍ତି । ଯେଉଁ ଦମ୍ପତି ମାନଙ୍କ ମଧ୍ୟରେ ଭଲ ପାଇବା କମ ହୋଇ ଯାଇଥାଏ ଏବଂ ସେମାନଙ୍କ ସଂପର୍କ ଭାଙ୍ଗିବା ଉପରେ ଥାଏ, ସେମାନଙ୍କ ପାଇଁ ଏହି ହୋଟେଲ ନିର୍ମାଣ କରାଯାଇଛି । ବିବାହିତ ଥିବା ବେଳେ ଦମ୍ପତି ଏହି ହୋଟେଲକୁ ଆସିଥିବା ବେଳେ ଛାଡ଼ପତ୍ର ପରେ ଏଠାରୁ ଚାଲି ଯାଇଥାନ୍ତି । ଏଠାକୁ ଆସୁଥିବା ଦମ୍ପତିଙ୍କ ପାଇଁ ଓକିଲ ମଧ୍ୟ ରଖାଯାଇଥାଏ ।

ଯେଉଁମାନେ ଛାଡ଼ପତ୍ର ନେବା ପାଇଁ ଚିନ୍ତା କରନ୍ତି ସେମାନେ ଏହି ହୋଟେଲକୁ ଯାଇ ସପ୍ତାହେ ସମୟ ବିତାଇବା ସହ ସପ୍ତାହ ଶେଷରେ ପରସ୍ପରଠାରୁ ଛାଡ଼ପତ୍ର ନିଅନ୍ତି । ଏହି ହୋଟେଲରେ ଛାଡ଼ପତ୍ର ପାଇଁ ଅନଲାଇନ୍ ଏବଂ ଅଫଲାଇନ୍ ବ୍ୟବସ୍ଥା ମଧ୍ୟ ରହିଛି । ଦମ୍ପତିମାନେ ଯେଉଁ ମାଧ୍ୟମ ବାଛିଥାନ୍ତି ସେହି ମାଧ୍ୟମରେ ଛାଡ଼ପତ୍ର ହୋଇଥାଏ । ଏହି ହୋଟେଲ ପ୍ରଥମେ ନେଦରଲାଣ୍ଡରେ ଖୋଲା ଯାଇଥିବା ବେଳେ ଏହାର ଏକ ଶାଖା ନ୍ୟୁୟର୍କରେ ମଧ୍ୟ ଖୋଲା ଯାଇଛି ।