୫୮ ବର୍ଷ ପରେ ଦିଲ୍ଲୀର ରାସ୍ତାରେ ଦୌଡିବ ଟ୍ରାମ୍ : ଏହି ଯୋଜନାକୁ ସରକାରଙ୍କ ସବୁଜ ସଙ୍କେତ

ଦେଶର ରାଜଧାନୀ ଦିଲ୍ଲୀର ସଡକରେ ୫୮ ବର୍ଷ ପରେ ପୁଣି ଥରେ ଟ୍ରାମ୍ ଚାଲିବ ।

145

ଦେଶର ରାଜଧାନୀ ଦିଲ୍ଲୀର ସଡକରେ ୫୮ ବର୍ଷ ପରେ ପୁଣି ଥରେ ଟ୍ରାମ୍ ଚାଲିବ । ଦିଲ୍ଲୀର କେଜ୍ରିୱାଲ ସରକାର ଟ୍ରାମ୍ ଚଲାଇବାର ଏହି ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି । ଦିଳ୍ଲୀର ରାସ୍ତାରେ ଅତି ଶୀଘ୍ର ଇଲେକ୍ଟ୍ରିକ୍ ଟ୍ରାମ୍ ଚଲାଇବାର ଘୋଷଣା ହୋଇଯାଇଛି । ପୁନଃନିର୍ମାଣ ପ୍ରକଳ୍ପ ଅଧିନରେ ଚାନ୍ଦନୀ ଚୌକରେ ଲାଲକିଲ୍ଲାରୁ ଫତେହପୁରୀ ମସଜିଦ୍ ପର୍ଯ୍ୟନ୍ତ ରୋଡର ସେଣ୍ଟ୍ରାଲ ଭର୍ଜରେ ୩.୫ ମିଟର ଚଉଡା କରାଯିବ । ଏତିକି ଚଉଡାରେ ସେଣ୍ଟ୍ରାଲ ଭର୍ଜରେ ଯେତେ ବି ବିଜୁଳି ଖମ୍ବ ଅଛି, ସେଗୁଡାକୁ ମଝିକୁ ସ୍ଥାନାସ୍ତରିତ କରାଯିବ । ଏହା ବ୍ୟତୀତ ରାସ୍ତାର ଉଭୟ ପାଶ୍ୱର୍ରେ ରିକ୍ସା ପାଇଁ ୫.୫ ମିଟର ଚଉଡାର କେରିଜୱେ ନିର୍ମାଣ ହେବ ।

ଚାନ୍ଦନୀ ଚୌକରେ ବୁଲିବା, କିଣାବିକା କରିବା କିମ୍ବା ଜିନିଷ ବିକ୍ରି କରୁଥିବା ଲୋକଙ୍କ ପାଇଁ ଏବେ ଟ୍ରାଫିକ୍ ସମସ୍ୟା ଦେଇ ଗତି କରିବାକୁ ପଡିବନି । ଭଲ ପୁନର୍ବିକାଶ ପାଇଁ ଲୋକଙ୍କୁ ଏବେ ଟ୍ରାଫିକ୍ ଜାମ୍ ପାଇଁ ହଇରାଣ ହେବାକୁ ପଡିବନି । ପର୍ଯ୍ୟଟନକୁ ପ୍ରୋତ୍ସାହନ ମିଳିବ । ଟ୍ରାମ୍ ଦିଲ୍ଲୀର ପୁରୁଣା ଅଂଚଳ ଯେମିତିକି ଜାମା ମସଜିଦ୍, ଗୁରୁଦ୍ୱାରା ଶିଶ୍ ଗଂଜ, ପୁରୁଣା ଦିଲ୍ଲୀ ରେଲୱେ ଷ୍ଟେସନ, ଲାଲକିଲ୍ଲା ଅନ୍ୟ ସ୍ଥାନକୁ ଯୋଡିବ ।