କଟକରେ କମିଶନରେଟ ପୋଲିସର ଏନକାଉଂଟର ! ପୋଲିସ ଗୁଳିରେ ଅପରାଧୀ ରଘୁନାଥ ଦାସ ଗୁରୁତର

42

କନକ ବ୍ୟୁରୋ: ଜେଲ ଭିତରୁ ବୋମାମାଡ଼ ପାଇଁ ବ୍ଲୁପ୍ରିଂଟ୍ । କଟକ ବିଡାନାସୀ ଅଂଚଳରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁନାଥ ଦାସ ଓରଫ ରଘୁଆକୁ ଏନକାଉଂଟର କରିବା ସହିତ ଏହି ଖୁଲାସା କରିଛନ୍ତି ଡିସିପି ଅଖିଳେଶ୍ୱର ସିଂ । ଜେଲରେ ଥିବା ଜଣେ ଅପରାଧୀ ଲିଟୁଆ, ଇସାରାରେ ସେକ୍ଟର-୬ ସ୍ଥିତ ଜଗନ୍ନାଥ ମନ୍ଦିର ଉପରେ ବୋମାମାଡ଼ କରିବାକୁ ହୋଇଥିଲା ଯୋଜନା ।

ମନ୍ଦିର ଟ୍ରଷ୍ଟ ଓ କିଛି ଭୋଗ ଦୋକାନୀଙ୍କୁ ଦାଦାବଟି ଦାବି କରି ଅସଫଳ ହେବା ପରେ ଏହି ଅପରାଧୀମାନେ ବୋମାମାଡ଼ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ, ଲିଙ୍ଗରାଜ ଦାସ ଓ ଅନ୍ୟଜଣେ ଯୁବକ ଏକ ବାଇକରେ ମନ୍ଦିର ନିକଟକୁ ବୋମା ପକାଇବାକୁ ଯାଉଥିବାବେଳେ ଲିଙ୍ଗରାଜକୁ କାବୁ କରିନେଇଥିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ।

ତାକୁ ପଚରା ଉPରାବେଳେ ରଘୁନାଥ ଏମାନଙ୍କୁ ବୋମା ଯୋଗାଇଥିବା ଜଣାପଡିବାରୁ ଆରମ୍ଭ ହୋଇଥିଲା ଅପରେସନ । ଆଉ ରଘୁନାଥକୁ ଧରିବା ପାଇଁ ଗଲାବେଳେ ସେ ପୋଲିସ ଉପରକୁ ଗୁଳି ଚାଳନା କରିଥିଲା । ତେବେ ପୋଲିସର ପାଲଟା ଗୁଳିରେ ଆହତ ହୋଇଛି ରଘୁଆ । ସେକ୍ଟର-୧୦ ସ୍ଥିତ ଜଷ୍ଟିସଗଡା ନିକଟରେ ତାକୁ ଏନକାଉଂଟର କରିଛି ସ୍ପେଶାଲ ସ୍କ୍ୱାର୍ଡ । ତା’ ନିକଟରୁ ବୋମା, ଏକ ବନ୍ଧୁକ ଓ ଗୁଳି ଜବତ କରିବା ସହ ଚିକିତ୍ସା ପାଇଁ ଏସସିବି ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।