କଟକ ବୟାଳିଶ ମୌଜା ଗଣଦୁଷ୍କର୍ମକୁ ବିତିଲା ୮ ଦିନ : ପୋଲିସ ହାତରେ ଧରା ପଡୁନାହାଁନ୍ତି ୪ ବଳାତ୍କାରୀ

41

କଟକ : କଟକ ବୟାଳିଶମୌଜା ଗଣଧର୍ଷଣ ଘଟଣାରେ ପୁଲିସ ହାତ ଖାଲି । ଘଟଣାକୁ ୮ ଦିନ ବିତିଲାଣି । କିନ୍ତୁ ପୀଡିତାଙ୍କ ବୟାନ ପରେ ବି ଅଭିଯୁକ୍ତଙ୍କ ମିଳୁନି ଟେର । ସ୍ତ୍ରୀର ନ୍ୟାୟ ପାଇଁ ଏକାକୀ ଲଢୁଛି ସ୍ୱାମୀ । କଟକ ବୟାଳିଶ ମୌଜା ଝିଙ୍କିରିଆରେ ଲୁଟ ପରେ ମହିଳାଙ୍କୁ ଘରୁ ଟେକି ନେଇ ଗଣଦୁଷ୍କର୍ମ ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଥିଲା ଗତ ୨୬ ତାରିଖ ରାତିରେ ୪ ଜଣ ଦୁବୃତ ଘରେ ପଶି ଲୁଟ୍ କରିବା ପରେ ନଦୀ ପଠାକୁ ନେଇ ମହିଳାଙ୍କୁ ଗଣଧର୍ଷଣ କରିଥିଲେ । ୫ ବର୍ଷର ଝିଅ ବେକରେ ଛୁରୀ ଲଗାଇ ଦୁର୍ବୃତ ମହିଳାଙ୍କୁ ଗଣଧର୍ଷଣ କରିଥିଲେ। ଏପରିକି ପାଟି କଲେ ମାରିଦେବାକୁ ଧମକ ଦେଇଥିଲେ ଦୃର୍ବତ । ପୀଡିତାଙ୍କ ବୟାନ ପରେ କମିସନରେଟ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ନିଜେ ଡିସିପି ଘଟଣା ସ୍ଥଳକୁ ପୀଡିତାଙ୍କୁ ନେଇ ଛାନଭିନ କରିଥିଲେ । ନଦୀପଠାରୁ କିଛି ସୁରାକ୍ ବି ମିଳିଥିଲା । କିନ୍ତୁ ଘଟଣାକୁ ୮ ଦିନ ବିତିଯାଇଥିଲେ ସୁଦ୍ଧା ଏଯାଏଁ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନି ପୁଲିସ । ଏନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖା ଦେଇଛି । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ପୀଡିତାକୁ ଉପଯୁକ୍ତ ନ୍ୟାୟ ପାଇଁ ଲୋକେ ଦାବି କରିଛନ୍ତି ।