ଆର୍ମି ୟୁନିଫର୍ମ ପିନ୍ଧି ଗାଡିରୁ ଓହ୍ଲାଇଲେ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ ମହେନ୍ଦ୍ର ସିଂହ ଧୋନି ! ସାଥୀ ଯବାନଙ୍କୁ ସାଲ୍ୟୁଟ୍ ମାରି କହିଲେ “ଜୟ ହିନ୍ଦ୍” । ଭିଡିଓ ହେଲା ଭାଇରାଲ୍

827

ବିଶ୍ୱକପ୍ ରେ ଭାରତର ପରାଜୟ ପରଠାରୁ କ୍ରିକେଟର୍ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସ ନେବା ଉପରେ କିଛି ଦିନ ଧରି ଖୁବ୍ ଚର୍ଚ୍ଚା ଚାଲିଥିଲା । କିନ୍ତୁ ଧୋନି ନିଜର ଚୁପ୍ ଭାଙ୍ଗି କହିଥିଲେ ଯେ ସେ ଏବେ କ୍ରିକେଟରୁ ସନ୍ନ୍ୟାସ ନେଉନାହାନ୍ତି ଏବଂ ଟିମ୍ ସହ ୱେଷ୍ଟଇଣ୍ଡିଜ୍ ଗସ୍ତରେ ନ ଯାଇ ସେ ସେନାରେ ୨ ମାସ ଟ୍ରେନିଙ୍ଗ୍ ନେବେ । ମହେନ୍ଦ୍ର ସିଂହ ଧୋନି ଭାରତୀୟ ସେନାରେ ଅନରେରୀ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ୍ ପଦରେ ଥିବା ସହ ପାରାସୁଟ୍ ରେଜିମେଣ୍ଟ୍ ର ୧୦୬ ବାଟାଲିୟନ୍ ରେ କାର୍ଯ୍ୟରତ ଅଛନ୍ତି । ଏଥିମଧ୍ୟରେ ତାଙ୍କର ଏକ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ସେ ଆର୍ମି ୟୁନିଫର୍ମ ପିନ୍ଧି ଗାଡିରୁ ଓହ୍ଲାଇ “ଜୟହିନ୍ଦ୍” କହୁଛନ୍ତି ।

ତେବେ ଜାଞ୍ଚ୍ ରୁ ଏହି ଭିଡିଓ ବର୍ତ୍ତମାନର ନୁହଁ ବୋଲି ଜଣାପଡିଛି । ଆନନ୍ଦ ମହିନ୍ଦ୍ରା ଏହି ଭିଡିଓଟିକୁ ନିଜ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡଲ୍ ରେ ଶେୟାର୍ କରିଛନ୍ତି । ଯାହା ୩ ବର୍ଷ ତଳର ବୋଲି ଜଣାପଡିଛି । ତାଙ୍କ ଏହି ଭିଡିଓକୁ ୟୁଜର୍ସ ମଧ୍ୟ ଖୁବ୍ ସେୟାର୍ କରି ଭାଇରାଲ୍ କରୁଛନ୍ତି । ତେବେ ଧୋନି ଆଗାମୀ ୨ ମାସ ପର୍ଯ୍ୟନ୍ତ ସେନାରେ ଟ୍ରେନିଙ୍ଗ୍ କରିବେ । ଏଥିପାଇଁ ଧୋନିଙ୍କୁ ଆର୍ମି ମୁଖ୍ୟ ବିପିନ୍ ରାୱତ୍ ଟ୍ରେନିଙ୍ଗ୍ ପାଇଁ ଅନୁମତି ମଞ୍ଜୁର କରି ସାରିଛନ୍ତି ।

 

ସୁଚନା ଅନୁସାରେ , ତାଙ୍କ ଟ୍ରେନିଙ୍ଗ୍ ଜମ୍ମୁ-କାଶ୍ମୀରରେ ହେବ କିନ୍ତୁ ସେ ସକ୍ରିୟ ଅପରେସନ୍ ରେ ଯୋଗ ଦେଇପାରିବେ ନାହିଁ । ୨୦୧୧ ମସିହାରେ ଧୋନିଙ୍କୁ ଇଣ୍ଡିଆନ୍ ଟେରିଟୋରିଆଲ୍ ଆର୍ମି ରେ ଲେଫ୍ଟିନାଣ୍ଟ୍ କର୍ଣ୍ଣଲ ର‌୍ୟାଙ୍କ୍ ଦିଆଯାଇଥିଲା ।