ସାମ୍ନାକୁ ସାଙ୍ଘାତିକ ତଥ୍ୟ ଆଣିଲା ବିଜେପି ! ଫେସବୁକ ୟୁଜର୍ସଙ୍କର ତଥ୍ୟ ସିଙ୍ଗାପୁର ପଠାଉଛି କଂଗ୍ରେସ ଆପ୍ ।

41

ଫେସବୁକରୁ ଡାଟା ଚୋରି ହେବା ପରେ ଆପ ଦ୍ୱାରା ଷ୍ଟୋର କରାଯାଉଥିବା ବିଷୟ ବସ୍ତୁ ମାମଲା ଫେସବୁକ ଦୁନିଆରେ ଚର୍ଚ୍ଚା ଧରିଛି । ପୁଣି ଭାରତର ମୁଖ୍ୟ ରାଜନୈତିକ ଦଳ ଏଥିରେ ସାମିଲ ହୋଇଛନ୍ତି । ଗୋଟିଏ ଦିନ ପୂର୍ବରୁ ଯେଉଁଠି କଂଗ୍ରେସ ଭାରତୀୟ ଜନତା ପାର୍ଟି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଆପ ଦ୍ୱାରା ଲୋକମାନଙ୍କର ବ୍ୟକ୍ତିଗତ ତଥ୍ୟ ଆମେରିକା କମ୍ପାନୀ ଗୁଡିକୁ ବିକ୍ରି କରାଯାଉଥିବା ଅଭିଯୋଗ ଲଗାଇଥିଲା । ଏବେ ମିଡିଆ ରିପୋର୍ଟ ଅନୁସାରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ଉପରେ ସିଙ୍ଗାପୁର ସ୍ଥିତ ଫାର୍ମକୁ ୟୁଜର୍ସ ମାନଙ୍କର ଗୋପନୀୟ ତଥ୍ୟ ପଠାଯାଉଥିବା ଅଭିଯୋଗ ଆଣିଛି । ଭାରତୀୟ ଜନତା ପାର୍ଟିର ଏହି ଅଭିଯୋଗ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଦ୍ୱାରା ମିଡିଆକୁ କହିବାର ଗୋଟିଏ ଦିନ ପରେ ଆସିଥିଲା ।

ଏହି ଟ୍ୱିଟ ଦ୍ୱାରା ରାହୁଲ ଗାନ୍ଧି ସେହି ରିପୋର୍ଟର ଉଦାହରଣ ଦେଇଥିଲେ, ଯେଉଁଥିରେ ଜଣେ ଫ୍ରାନ୍ସ ହ୍ୟାକର ବହୁତ ଗୁଡିଏ ଟ୍ୱିଟ୍ ଜରିଆରେ ଅଭିଯୋଗ ଲଗାଇଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନମୋ ଆପ ଉପଭୋକ୍ତାଙ୍କର ଇ-ମେଲ ଆଇଡି, ଫୋଟୋ, ଜେଣ୍ଡର ଏବଂ ନାମ ସହ ଗୋପନୀୟ ତଥ୍ୟ ତାଙ୍କ ବିନା ଅନୁମତିରେ ତୃତୀୟ ପାର୍ଟି ସହ ସେୟାର କରାଯାଉଛି । ରିପୋର୍ଟ ସାମ୍ନାକୁ ଆସିବା ପରେ କଂଗ୍ରେସ ଗୁଗୁଲ ପ୍ଲେ-ଷ୍ଟୋରରୁ ନିଜ ଅଫିସିଆଲ ଆପ୍ କୁ ହଟାଇ ଦେଇଛି ।

ଏହି ପୁରା ଘଟଣାରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି ଯେ, ଆଇଟି ସେଲ୍ ଏହାର ଜବାବ ଦେବା ଉଚିତ । ସ୍ୱାମୀଙ୍କ ଅନୁସାରେ, ବିଜେପିର ଆଇଟି ସେଲ ଦୁର୍ବଳ ହୋଇପଡିଛି । ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ଭିତ୍ତିହୀନ ଅଭିଯୋଗର ଉତ୍ତର ପ୍ରମାଣ ସହ ଦେବା ଦରକାର । ବିଜେପି ଆଇଟି ସେଲ କେବଳ ପ୍ରତ୍ୟାରୋପ କରୁଛି, ଏବଂ ଏଥିରୁ କଣ ହେବ ବୋଲି ସୁବ୍ରମଣ୍ୟମ ପ୍ରଶ୍ନ କରିଛନ୍ତି ।

ବିଜେପି ନେତା ଅମିତ ମାଲବୀୟ କଂଗ୍ରେସ ୱେବସାଇଟର ଗୋପନୀୟତା ନୀତିର ଏକ ସ୍କ୍ରିନ ସଟ୍ ଦେବା ସହ ଟ୍ୱିଟ୍ କରିଛନ୍ତି, ହାଏ ! ମୋ ନାଁ ରାହୁଲ ଗାନ୍ଧି । ମୁଁ ଭାରତର ସବୁଠାରୁ ପୁରୁଣା ରାଜନୈତିକ ଦଳର ଅଧ୍ୟକ୍ଷ । ଯେତେବେଳେ ଆପଣ ଆମର ଅଫିସିଆଲ ଆପ ରେ ସାଇନ ଅପ କରିଥାନ୍ତି, ମୁଁ ଆପଣଙ୍କ ସମସ୍ତ ତଥ୍ୟ ସିଙ୍ଗାପୁରର ମୋ ବନ୍ଧୁ ମାନଙ୍କୁ ଦେଇଥାଏ । ମାଲବୀୟ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସୂଚନା ଏବଂ ପ୍ରସାରଣ ବିଭାଗର ପ୍ରଭାରୀ ଅଟନ୍ତି । ସେ କହିଛନ୍ତି, ସ୍ପଷ୍ଟ ଭାବେ ଏହା କହିଥିବାରୁ କଂଗ୍ରେସକୁ ପୁରା ମାର୍କ ମିଳୁଛି ଯେ କଂଗ୍ରେସ ଆପଣଙ୍କ ତଥ୍ୟ କାହାକୁ ବି ମଧ୍ୟ ଦେଇପାରେ । ଏଥିରେ ଅଜଣା ଭେଣ୍ଡର, ଅଜଣା ସ୍ୱେଚ୍ଛାସେବୀ ଏବଂ କେତେକ ସାମୂହିକ ସଂସ୍ଥା ମଧ୍ୟ ସାମିଲ ଅଛନ୍ତି ।

ବିଜେପି କଂଗ୍ରେସ ଉପରେ ୨୦୧୯ ନିର୍ବାଚନ ଅଭିଯାନ ପାଇଁ ରାଜନୈତିକ ତଥ୍ୟ ବିଶ୍ଲେଷକ କମ୍ପାନୀ କେମ୍ବ୍ରିଜ ଆନାଲିଟିକା ସାହାଯ୍ୟରେ ରାଷ୍ଟ୍ରୀୟ ସୁରକ୍ଷା ସହ ବୁଝାମଣା କରିବାର ଅଭିଯୋଗ ଲଗାଇଥିଲା । ଲଣ୍ଡନ କମ୍ପାନୀ କେମ୍ବ୍ରିଜ ଆନାଲିଟିକା ୫କୋଟି ଫେସବୁକ ୟୁଜର୍ସଙ୍କର ତଥ୍ୟ ଅନୁଚିତ ଉପାୟରେ ବ୍ୟବହାର କରି ବିବାଦରେ ପଡିଛି ।