ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ରହ୍ମଗିରି ଗସ୍ତ : ବିଭିନ୍ନ ଉଦଘାଟନ ଓ ଶୁଭାରମ୍ଭ କାର୍ଯ୍ୟକ୍ରମ

26

କନକ ବ୍ୟୁରୋ : ଆଜି ମୁଖ୍ୟମନ୍ତ୍ରୀଙ୍କ ପୁରୀ ଜିଲ୍ଲା ଗସ୍ତ । ବ୍ରହ୍ମଗିରି ବ୍ଲକର ଗଉଡିଘାଇ, ତଳମାଳ ଓ ଦାମୋଦରପୁରରେ ନାବାର୍ଡ ସହାୟତାରେ ଭାର୍ଗବୀ ଉପରେ ୩ଟି ସେତୁର ଉଦଘାଟନ ଓ ସିପସରୁବାଲି ଅଂଚଳରେ ମଡେଲ ସ୍କୁଲ ଭିତି ପ୍ରସ୍ତର ସ୍ଥାପନ କରିବେ ।

କାକଟପୁରରେ ଚମ୍ପାହାର ଦମକଳ କେନ୍ଦ୍ର କୋଠା ଉଦଘାଟନ କାର୍ଯ୍ୟକ୍ରମ ରହିଛି । ୨ଶହ ନିର୍ମାଣ ଶ୍ରମିକଙ୍କୁ ଫଟୋ ପରିଚୟ ପ୍ରଦାନ ସହ ୧୦ଟି ଅଙ୍ଗନବାଡି କେନ୍ଦ୍ର ଉଦଘାଟନ, କଲ୍ୟାଣ ମଣ୍ଡପ, ମିନି ଷ୍ଟାଡିୟମର ଶିଳାନ୍ୟାସ ଓ ଛାତ୍ରୀ ନିବାସର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ।

ଏନେଇ ମନ୍ତ୍ରୀ ସଂଜୟ ଦାସବର୍ମାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ହୋଇଛି । ସେପଟେ ଫାଇଲିନ୍ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିନଥିବାରୁ ଏହାକୁ ବିରୋଧ କରି କଳାପତାକା ଦେଖାଇବାକୁ ଧମକ ଦେଇଛି ଫାଇଲିନ କ୍ରିୟାନୁଷ୍ଠାନ କମିଟି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –