ଋଣ ଦେବା ନାଁରେ ଠକେଇ ! ମୁଦ୍ରା ଯୋଜନାରେ ଲୋନ କରାଇଦେବାକୁ କହି ସମ୍ବଲପୁର ଅଂଚଳରେ ଲକ୍ଷାଧିକ ଟଙ୍କା ଚଳୁ

38

କନକ ବ୍ୟୁରୋ : ମୁଦ୍ରା ଯୋଜନା ନାଁରେ ଋଣ କରାଇଦେବାକୁ କହି ସମ୍ବଲପୁରରେ ଲକ୍ଷାଧିକ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି । ସମ୍ବଲପୁର ଯୁଯୁମରା ଅଂଚଳର ୨ ମହିଳା ବିଭିନ୍ନ ସ୍ୱଂୟ ସହାୟକ ଗୋଷ୍ଠୀର ମହିଳା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ ୨ ଲକ୍ଷ ଟଙ୍କା ଲେଖାଁଏ ଋଣ କରାଇଦେବାକୁ କହି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି । ପାଖାପଖି ୧୫୦ ଜଣ ମହିଳା ଏହି ଠକେଇର ଶିକାର ହୋଇଥିବା ଜଣାପଡିଛି । ଧନୁପାଲି ଥାନାରେ ଏ ନେଇ ଅଭିଯୋଗ ହେବା ପରେ ପୋଲିସ ୨ ମହିଳାଙ୍କୁ ଅଟକ ରଖି ପଚରାଉଚରା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –