ବାଲିଗୁଡା ଫେକ୍ ଏନକାଉଂଟର ଘଟଣା : ତଦନ୍ତ ପାଇଁ ଆସିବ ଉଚ୍ଚସ୍ତରୀୟ କେନ୍ଦ୍ରୀୟ କମିଟି

23

କନ୍ଧମାଳ : ବାଲିଗୁଡା ଫେକ୍ ଏନକାଉଂଟର ଘଟଣାର ତଦନ୍ତ ପାଇଁ ଆସିବ ଉଚ୍ଚସ୍ତରୀୟ କେନ୍ଦ୍ରୀୟ କମିଟି । ଏନସିଏସଟି ଅଧ୍ୟକ୍ଷ ଡକ୍ଟର ରାମଶ୍ୱେର ଓରାନଙ୍କ ନେତୃତ୍ୱରେ କମିଟି ଆସିବ ବୋଲି କହିଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ । ଗୁଳିକାଣ୍ଡର କାରଣ ସଂପର୍କରେ କମିଟି ଅନୁଧ୍ୟାନ କରିବ ବୋଲି କହିଛନ୍ତି ଜୁଏଲ । ଏଥି ସହ  ରାଜ୍ୟ ସରକାରଙ୍କ ଆଦିବାସୀ ବିରୋଧୀ ନୀତିକୁ ସମାଲୋଚନା କରିଛନ୍ତି ଜୁଏଲ ଓରାମ ।