ମହାନଦୀକୁ ଖସିପଡିଲା ଯାତ୍ରୀବାହୀ ବସ୍ ! ତାଳଚେରରୁ ଭୁବନେଶ୍ୱର ଆସୁଥିବା ବେଳେ ଦୁର୍ଘଟଣା ।

18,677

କନକ ବ୍ୟୁରୋ : ମହାନଦୀରେ ଅଭାବନୀୟ ଘଟଣା । ବ୍ରିଜ୍ ଉପରୁ ତଳକୁ ଖସିପଡିଲା ଯାତ୍ରୀବାହୀ ବସ । ମଙ୍ଗଳବାର ସନ୍ଧ୍ୟାରେ କଟକ ମହାନଦୀ ପୋଲ ଉପରୁ ଏକ ଯାତ୍ରାବାହୀ ବସ ତଳକୁ ଖସିପଡିଛି । ବସଟି ତାଳଚେରରୁ ଭୁବନେଶ୍ୱର ଆସୁଥିଲା ବୋଲି ଜଣାପଡିଛି । ଘଟଣାସ୍ଥଳରେ କମିଶନରେଟ୍ ପୋଲିସ ପହଞ୍ଚିଛି ।

ଦୁର୍ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଥିବା ବେଳେ ଆମ୍ବୁଲାନ୍ସ ମଧ୍ୟ ପହଞ୍ଚିଛି । ବସଟିର ନାଁ ଜଗନ୍ନାଥ ବୋଲି ଜଣାପଡିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ, ଓଡ୍ରାଫ ଟିମ୍ ପହଞ୍ଚିଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରି ରହିଛି ।